Home ଜିଲ୍ଲା ପରିକ୍ରମା ଭଦ୍ରକରେ ପହଞ୍ôଚଲା ଶିଶୁ ଅଧିକାର ଅଭିଯାନ ରଥ, ପରିକ୍ରମା ପାଇଁ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଭଦ୍ରକରେ ପହଞ୍ôଚଲା ଶିଶୁ ଅଧିକାର ଅଭିଯାନ ରଥ, ପରିକ୍ରମା ପାଇଁ ଶୁଭାରମ୍ଭ କଲେ ଜିଲ୍ଲାପାଳ

77

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ନଭେମ୍ବର ୧ ତାରିଖ ଠାରୁ ମାନବାଧିକାର ଦିବସ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ୪୦ ଦିନିଆ ଶିଶୁ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଆଧାରରେ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରୁଥିବା ଶିଶୁ ଅଧିକାର ଅଭିଯାନ ରଥ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ôଚବା ପରେ ଜିଲ୍ଲା ପ୍ରସାଶନ ତରଫରୁ ସ୍ୱାଗତ କରାଯାଇଥିଲା । ଏହି ଉପଲକ୍ଷେ ସୁନ୍ଦର ରଙ୍ଗୋଲି, ଶିଶୁ ଅଧିକାର ସୁରକ୍ଷା ନେଇ ବିଭିନ୍ନ ପ୍ଲାକାର୍ଡ, ବ୍ୟାନର ଆଦି ପ୍ରଦର୍ଶନ କାର୍ଯ୍ୟକ୍ରମ ନେଇ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ସବଜୁ ପତାକା ହଲାଇ ଜିଲ୍ଲାରେ ଏହି ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର କର ପ୍ରମୁଖ ଏଥିରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟକେତନ ସାହୁ ଶିଶୁ ଅଧିକାର ଓ ରଥ ପରିକ୍ରମାର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଭଦ୍ରକ ସି.ଡି.ପି.ଓ. ସୁନନ୍ଦା ଦାସ ପ୍ରମୁଖ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ୱାନ୍ ଷ୍ଟପ୍ ସେଣ୍ଟର, ଚାଇଲ୍‌ଡ ଲାଇନ୍‌ର କର୍ମକର୍ତ୍ତା ସହ ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ, ସଚେତନତା ରଥ ସହ ଭୁବନେଶ୍ୱରରୁ ଆସିଥିବା କର୍ମକର୍ତ୍ତା ମଧ୍ୟ ଏଠାରେ ଉପସ୍ଥିତ ରହି ଆନୁଷଙ୍ଗିକ ସହଯୋଗ କରିଥିଲେ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏହି ରଥ ଭଦ୍ରକ, ଧାମନଗର ଓ ଭଣ୍ଡାରିପୋଖରୀ ପରିକ୍ରମା କରି ଯାଜପୁର ଜିଲ୍ଲାକୁ ଗସ୍ତ କରିବ । ଏହି ଉପଲକ୍ଷେ ରଥ ପରିକ୍ରମା ପଥରେ ଭଦ୍ରକର ଲାଙ୍ଗୁଡ଼ି, ଧାମନଗରର ସରେଇ, ଚୂଡ଼ାକୁଟୀ ଏବଂ ହବିବ୍ ନଗର, ଭଣ୍ଡାରିପୋଖରୀର ଉତ୍ତରବାଡ଼ ଏବଂ ରଣଜିତ ଠାରେ ରଥକୁ ସ୍ୱାଗତ କରାଯିବା ସହ ସଚେତନତା ଉଦ୍ଦେଶ୍ୟରେ ସିମୀତ ସମୟର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବିଶେଷକରି ବାଲ୍ୟବିବାହକୁ ‘ନା’ ଏବଂ ଶିଶୁ ଅଧିକାର, ବଞ୍ôଚବାର ଅଧିକାର, ସୁରକ୍ଷାର ଅଧିକାର, ବିକାଶର ଅଧିକାର, ଅଂଶଗ୍ରହଣର ଅଧିକାର ବିଷୟରେ ସଚେତନତାର ବାର୍ତ୍ତା ପ୍ରଚାର କରାଯାଇଥିଲା । ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟ, ଅଙ୍ଗନୱାଡ଼ି କର୍ମୀ, ଚାଇଲ୍‌ଡ ଲାଇନ୍ ସଦସ୍ୟ ଓ ଆଞ୍ଚଳିକ ବାସିନ୍ଦା ଓ ଶିଶୁ ଏହି ପଥପ୍ରାନ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ବାତ୍ୟାଜନିତ ବର୍ଷା ଯୋଗୁଁ ପ୍ରତିକୂଳ ପାଗ ସତ୍ତ୍ୱେ ଶ୍ରୀଯୁକ୍ତ ସାହୁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.