Home ଜିଲ୍ଲା ପରିକ୍ରମା ସାଳନ୍ଦୀ ଡିଗ୍ରି ମହାବିଦ୍ୟାଳୟରେ କୋଭିଡ଼ ସମ୍ପର୍କୀତ ୱେବିନାର

ସାଳନ୍ଦୀ ଡିଗ୍ରି ମହାବିଦ୍ୟାଳୟରେ କୋଭିଡ଼ ସମ୍ପର୍କୀତ ୱେବିନାର

28

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଉତ୍ତରବାହିନୀ ସ୍ଥିତ ସାଳନ୍ଦୀ ଡିଗ୍ରି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ‘ସାଇକୋ ସୋସିଆଲ କାଉନ୍‌ସେଲିଂ ତହଦ କୋଭିଡ଼-୧୯’ ବା ‘କୋଭିଡ଼ ମନୋ-ସାମାଜିକ ସଚେତନତା’ ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋବିନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୱେବିନାରରେ ଏନ୍‌ଏସ୍‌ଏସ୍ ମହିଳା ଅଧିକାରୀ ରାଜଶ୍ରୀ ନାୟକ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଜାତୀୟ ସେବା ଯୋଜନା ଅଞ୍ଚଳିକ ନିର୍ଦ୍ଦେଶାଳୟର ଯୁବ ଅଧିକାରୀ ନକୁଳ ଚନ୍ଦ୍ର ଦେହୁରୀ ଏବଂ ଫକିର ମୋହନ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଡ. ଅମୂଲ୍ୟ କୁମାର ଆଚାର୍ଯ୍ୟ ସେମାନଙ୍କର ମୂଲ୍ୟବାନ ବାର୍ତ୍ତାରେ କୋଭିଡ଼ର ଭୟାବହତାକୁ ନଡରି ମନୋ-ସାମାଜିକ ସଚେତନତା ମାଧ୍ୟମରେ ଏହି ମହାମାରୀକୁ ପ୍ରତିହତ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ବାଲେଶ୍ୱର ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ସୁଧୀର କୁମାର ମୁଦୁଲି ଏହି ମହାମାରୀକୁ ପ୍ରତ୍ୟେକ ପରିବାର ସଚେତନତା ଦ୍ୱାରା ଜୟ କରି ପାରିବେ, ସେଥିଲାଗି ପ୍ରତ୍ୟେକେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ସମ୍ପର୍କରେ ଅବଗତ କରାଇଥିଲେ । ଗୁଗୁଲ୍ ମିଟ୍ ମାଧ୍ୟମରେ ଯୋଡି ହୋଇଥିବା ଅନ୍ୟତମ ଅତିଥି ଭଦ୍ରକ ଜିଲ୍ଲାର ସୁନାମଧନ୍ୟ ଡାକ୍ତର ଗୌରଚନ୍ଦ୍ର ଜେନା, ଡାକ୍ତର ସୁଧାଂଶୁ ଶେଖର ବେହେରା ଛାତ୍ରଛାତ୍ରୀଙ୍କୁ ଡାକ୍ତରୀଗତ ତଥ୍ୟ ସମ୍ପର୍କୀତ ବହୁ ଉପାଦେୟ ବାର୍ତ୍ତା ଦେବା ସହିତ କରୋନାକୁ ଭୟ ନକରି ତା’ ସହିତ ଲଢେଇ କରି ଆମକୁ ଜିତିବାକୁ ହେବ ବୋଲି କହିଥିଲେ । କରୋନାକୁ ହରେଇବାକୁ ହେଲେ ଆମର ପ୍ରଧାନ ଅସ୍ତ୍ର ହେଉଛି କେବଳ ସଚେତନତା ବୋଲି କହିଥିଲେ । ଶେଷରେ ମହାବିଦ୍ୟାଳୟର ଅଧ୍ୟାପକ ସୋମୁର ରହମାନ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.