Home ଜିଲ୍ଲା ପରିକ୍ରମା ବାହ୍ୟ ଜଗତରୁ ବିଚ୍ଛିନ୍ନ ପରିବାରଙ୍କୁ ଆହାର ଯୋଗାଉଛି ସାମାଜିକ ସଂଗଠନ ୟୁଡି ଗ୍ରୁପ୍

ବାହ୍ୟ ଜଗତରୁ ବିଚ୍ଛିନ୍ନ ପରିବାରଙ୍କୁ ଆହାର ଯୋଗାଉଛି ସାମାଜିକ ସଂଗଠନ ୟୁଡି ଗ୍ରୁପ୍

38

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ୟାସ୍ ଏବେ ଏହି ଜିଲାର ବହୁ ଅଂଚଳବାସୀଙ୍କୁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରି ରଖିଛି । ଯେଉଁମାନଙ୍କ ପାଖରେ ଏବେବି ସରକାରୀ ସହାୟତା ଅପହଞ୍ଚ ହୋଇଛି । ସେହିଭଳି ବାସୁଦେବପୁର ବ୍ଲକ୍‌ର କେତେକ ପଂଚାୟତ ଆଜି ମଧ୍ୟ ଜଳବନ୍ଦୀ ହୋଇରହିଛି । ଏହିଭଳି ଏକ ଅଂଚଳ ରାମଚନ୍ଦ୍ରପୁରର ୬୦ ପରିବାର ବନ୍ୟା ଘେରରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଅବସ୍ଥାରେ ରହିଥିବାବେଳେ ଜିଲାର ଅନ୍ୟତମ ସାମାଜିକ ସଂଗଠନ ୟୁନିକ୍ ଡ୍ରପସ୍ (ୟୁଡି ଗ୍ରୁପ୍‌) ଯାଇ ସେମାନଙ୍କ ନିକଟରେ ପହଞ୍ôଚଛନ୍ତି । ଏହି ସଂଗଠନ ଦୀର୍ଘ ୫ ବର୍ଷ ହେବ ଅସହାୟ ଲୋକଙ୍କୁ ବିଭିନ୍ନ ସମୟରେ ସହାୟତାର ହାତ ବଢାଇ ଚାଲିଛି । ସଂଗଠନର ସଦସ୍ୟ ଅତୁଲ ନାୟକ, ଜକି ଦାସ, ଶ୍ରୀନିବାସ ତ୍ରିପାଠୀ, ସଂଜୟ ଚକ୍ରବର୍ତ୍ତୀ, ରଶ୍ମି ସହୁ, ସନ୍ତୋଷ ପାତ୍ର ପ୍ରମୁଖ ଡଙ୍ଗାରେ ଉକ୍ତ ଗ୍ରାମକୁ ଯାଇ ଆଜି ଶୁଖିଲା ଖାଦ୍ୟ ସାମଗ୍ରୀ, ବ୍ଲିଚିଂ ପାଉଡର, ମହମବତୀ, ଦିଆସିଲି ଓ ଜରୁରୀ ଔଷଧ ଭଳି ସାମଗ୍ରୀ ପ୍ରଦାନ କରିଛନ୍ତି । ତେବେ ନିଜ ଜୀବନରୁ ବାଜି ଲଗାଇ ଅନ୍ୟକୁ ସହଯୋଗର ହାତ ବଢାଇଥିବା ୟୁଡି ଗ୍ରୁପ୍‌ର ଏହି ରିଲିଫ୍ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.