Home କୋରାପୁଟ ସାର୍ବଜନୀନ ଦେୟମୁକ୍ତ ଟୀକାକରଣ ପାଇଁ କଂଗ୍ରେସର ଦାବିପତ୍ର ପ୍ରଦାନ

ସାର୍ବଜନୀନ ଦେୟମୁକ୍ତ ଟୀକାକରଣ ପାଇଁ କଂଗ୍ରେସର ଦାବିପତ୍ର ପ୍ରଦାନ

55

କୋରାପୁଟ ୦୪-୦୬(ଓଡିଆ ପୁଅ /ରଂଜନ ଦାସ) ମହାମାରୀ କରୋନାରୁ ରକ୍ଷା ପାଇବାକୁ ଭାରତ ସରକାର  ସମସ୍ତ ନାଗରିକଙ୍କୁ  ସାର୍ବଜନୀନ ଦେୟମୁକ୍ତ ଟୀକାକରଣ କରିବାକୁ  କଂଗ୍ରେସ ଦାବି କରିଛି । ଅଖିଲ ଭାରତୀୟ କଂଗ୍ରେସ କମିଟି ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ  ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ନିମାଇଁ ସରକାର,କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି, କଂଗ୍ରେସ ନେତା ରୂପକ ତୁରୁକ,ଜଗଦିଶ ଖୋସ୍ଲା,ରମେଶ ବାଖିଆ,ମନୋଜ ଆଚାର୍ଯ୍ୟ,ଭଗବାନ ବାହିନୀପତି,ବାବୁଲା ବେନିଆ ,ଜୟନ୍ତ କଚିମ,ଭବାନୀ  ଶଙ୍କର ମିଶ୍ର, ରମେଶ ଖରା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । କେନ୍ଦ୍ର ସରକାରର ଭୂଲ ନିଷ୍ପତି ଯୋଗୁଁ  ଦେଶର କୋଟି କୋଟି ଲୋକ କୋଭିଡ ଭେକ୍ସିନେସନରୁ ବଂଚିତ ହୋଇଥିବା କଂଗ୍ରେସ ଅଭିଯୋଗ କରିବା ସହ ଭିନ୍ନ ଭିନ୍ନ କମ୍ପାନୀ ଠାରୁ  କେନ୍ଦ୍ର ସରକାର ଅଲଗା ଅଲଗା ଦରରେ ଟୀକା କିଣିବା ନିନ୍ଦନୀୟ ବୋଲି କହିଛି । ମହାମାରୀ କରୋନା ଭେକ୍ସିନ କିଣିବାକୁ  ବିଶ୍ୱର ଅନ୍ୟାନ୍ୟ ଦେଶ ୨୦୨୦ ମଇ ମାସରୁ ପ୍ରୟାସ ଆରମ୍ଭ କରିଥିବାବେଳେ ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ ସରକାରର  ଖାମଖୀଆଲୀ ମନୋଭାବ ଯୋଗୁଁ  ୨୦୨୧ ଜାନୁଆରୀ ଯାଏ ଭାରତ କୌଣସି ପ୍ରୟାସ କରି ନ ଥିଲା । କରୋନାର ଭୟାବହତା ବଢି ଯିବା ପରେ ମୋଦୀ ସରକାର ୨୦୨୧ ଜାନୁଆରୀ ପରେ ଟୀକା କିଣା ଯିବାକୁ ପ୍ରୟାସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କଂଗ୍ରେସ ଅଭିଯୋଗ କରିଛି । ଭାରତର ଜନସଂଖ୍ୟା ୧୪୦ କୋଟି ହୋଇଥିବାବେଳେ ଏଯାଏ ମାତ୍ର ୨୧ କୋଟି  ୩୧ ଲକ୍ଷ ଲୋକ   ପ୍ରଥମ ଡୋଜ ଟୀକା ଏବଂ ୪କୋଟି ୪୫ ଲକ୍ଷ ଲୋକ ଦ୍ୱିତୀୟ  ଡୋଜ ଟୀକା ନେଇଥିବା କଂଗ୍ରେସ ଦାବିପତ୍ରରେ ଉଲେଖ କରିଛି । ଏପରିକି ଦେଶରେ ଟୀକା ସଙ୍କଟ ଦେଖା ଦେଇ ଥିବାରୁ ୧୮ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟୀକା କରଣ ବନ୍ଦ କରା ଯାଇଥିବା ମଧ୍ୟ  କଂଗ୍ରେସ ଅଭିଯୋଗ କରିଛି । ଭାରତୀୟ ନାଗରିକ ମାନଙ୍କ ସୁରକ୍ଷା ଦୃଷ୍ଟିରୁ  କେନ୍ଦ୍ର ଓ ରାଜ୍ୟ ସରକାରମାନେ  ସାର୍ବଜନୀନ ଦେୟମୁକ୍ତ ଟୀକାକରଣ ବ୍ୟବସ୍ଥା କରିବା ସହ ପ୍ରତ୍ୟେକ ଦିନ ୧ କୋଟି ଟୀକାକରଣ ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେବାକୁ କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ  ନିକଟରେ  ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.