Home ଓଡ଼ିଶା ଖଣି ପରେ ଚାନ୍ଦପୁର ପୋଲିସ୍ ର ଗୋ ଚୋରୀ ଓ ଚାଲାଣ ଉପରେ ନଜର

ଖଣି ପରେ ଚାନ୍ଦପୁର ପୋଲିସ୍ ର ଗୋ ଚୋରୀ ଓ ଚାଲାଣ ଉପରେ ନଜର

51

ନୟାଗଡ/ ଓଡିଆପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)– ନୟାଗଡ ଜିଲ୍ଲା ଚାନ୍ଦପୁର ଅଂଚଳରେ ଗୋ ପାଳନକାରୀ ମାନେ ଖରାଦିନେ ଜମିରେ  ଫସଲ ନଥିବାରୁ ଗାଈ ଗୋରୁ ମାନଙ୍କୁ ଖୋଲାରେ ଚରାବୁଲା ପାଇଁ ଛାଡିଦେଇଥାନ୍ତି । ଯାହାଫଳରେ ରାତ୍ରିରେ ଗାଈ ଗୋରୁ ମାନେ ବିଭିନ୍ନ ଛକ ଓ ଗଛ ମୂଳେ ରାତ୍ରି ଯାପନ କରିଥାନ୍ତି । ଏହାର ସୁଯୋଗ ନେଇଥାନ୍ତି ଗାଈ ଚୋର ମାନେ । ଗାଈ ଚୋରି କରି ନେବା ସମୟରେ କେହି ଅଟକାଇଲେ ଖଣ୍ଡା ଭୂଜାଲି ରେ ଆକ୍ରମଣ କରିଥାନ୍ତି । ଏହି ଚୋରି ରେ ଚୋର ମାନେ ଚୋରା ଗାଡିର ବ୍ୟବହାର କରିଥାନ୍ତି ।

ପୋଲିସ୍ ହାବୁଡେ ପଡିଲେ ଗାଡି ଛାଡି ଚାଲିଯାଇଥାନ୍ତି । ଏବେ ଚାନ୍ଦପୁର ପୋଲିସ୍ ଖଣି ଚୋରି କୁ ରୋକିବା ପରେ ଗାଈ ଚୋରି ବନ୍ଦ କରିବା ପାଇଁ ଅଣ୍ଟା ଭିଡିଛି । ଗତ ଜୁନ୍ ୩ ତାରିଖ ରାତ୍ରିରେ ଚୋରମାନେ ଚାନ୍ଦପୁର ମଶାଣୀ ସାହି ଛକ ରୁ ଗାଈ ଚୋରି କରି ନେବା ସମୟରେ ଚାନ୍ଦପୁର ପୋଲିସ୍ ପିଛା କରିଥିଲା । ବଡ ପୋଖରୀଆ ଛକ ରୁ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋ ଚାଲାଣରେ ବ୍ୟବହୃତ ଗାଡି , ମାରଣାସ୍ତ୍ର ,ଟଙ୍କା ଓ ୩ ମୋବାଇଲ୍ ଜବତ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବେଗୁନିଆଁ ଥାନା ଜାମୁ ସାହି ର ଫିଦାତୁଲା ଖାଁ ,ଜବାର୍ ଖାଁ ଓ ଅନ୍ୟଜଣେ ନାବାଳକ ଅଭିଯୁକ୍ତ । ଏହି ଅଭିଯୁକ୍ତ ମାନେ ୧୦ ଗୋଟି ଗାଈ ଚୋରି କରିବା ଅଭିଯୋଗ ହୋଇଛି । ଚାନ୍ଦପୁର ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ୍ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.