Home କେନ୍ଦ୍ରାପଡ଼ା ସାରସ୍ୱତ ସାଧନା ଓ ସମାଜସେବା ପାଇଁ କଳିଙ୍ଗ ଭାରତୀ ସମ୍ମାନ

ସାରସ୍ୱତ ସାଧନା ଓ ସମାଜସେବା ପାଇଁ କଳିଙ୍ଗ ଭାରତୀ ସମ୍ମାନ

85

କେନ୍ଦ୍ରାପଡ଼ା ୧୯ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଗତ ମଙ୍ଗଳବାର ନୁଆଦିଲ୍ଲୀ ସ୍ଥିତ ଅଗ୍ରଣୀ ସେବା ଅନୁଷ୍ଠାନ ‘କଳିଙ୍ଗ ଭାରତୀ ଫାଉଣ୍ଡେସନ’ ଦ୍ୱାରା “ଆଜାଦିକା ଅମୃତ ମହୋତ୍ସବ” ସମାରୋହ ଆୟୋଜିତ ହୋଇଥିଲା। ବିଶିଷ୍ଟ ସମାଜସେବୀ ତଥା ଫାଉଣ୍ଡେସନର ପ୍ରତିଷ୍ଠାତା ଇଂଜିନିୟର ଅକ୍ଷୟ କୁମାର ସାମଲ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲେ। ଏହି କ୍ରମରେ ଓଡିଆ ସାରସ୍ୱତ ଜଗତର ଜଣାଶୁଣା କବି ଓ ସମାଜସେବୀ ରଶ୍ମିତା ଜେନା ମହାପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀମତି ଜେନା ଜଣେ ସୁସାହିତ୍ୟିକା ଓ ବିଭିନ୍ନ ସାମାଜିକ ସଂଗଠନ ସହ ଜଡିତ। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂସ୍ଥା ପକ୍ଷରୁ ତାଙ୍କୁ ସୁବେଚ୍ଛା ଜ୍ଞାପନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.