Home ଜିଲ୍ଲା ପରିକ୍ରମା ସାରସ୍ୱତ ସାଧକ ସୀତାକାନ୍ତ ପତ୍ରୀଙ୍କ ବିୟୋଗରେ ଜିଲାବ୍ୟାପୀ ଶୋକ

ସାରସ୍ୱତ ସାଧକ ସୀତାକାନ୍ତ ପତ୍ରୀଙ୍କ ବିୟୋଗରେ ଜିଲାବ୍ୟାପୀ ଶୋକ

45

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳ ୫ ଟା ସମୟରେ ସାରସ୍ୱତ ସାଧକ ସୀତାକାନ୍ତ ପତ୍ରୀଙ୍କ ଦେହାନ୍ତ ହୋଇଛି । ଏହି ଦେହାନ୍ତ ଖବର ଶୁଣି ଜିଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ରାଜନେତା, ସାହିତ୍ୟିକ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ସ୍ୱର୍ଗତଃ ପତ୍ରୀ ଭଦ୍ରକ ବ୍ଲକ୍ ଅର୍ଣ୍ଣପାଳରେ ଜନ୍ମ ହୋଇ ପ୍ରାଥମିକ ଶିକ୍ଷା ପରେ ଭଦ୍ରକ କଲେଜରୋଡ୍ ସ୍ଥିତ ରବି କରଙ୍କ ଭଡାଘରେ ଦେବାନିଧି କର୍ମସିଆଲ ଟାଇପ୍ ଇନ୍‌ଷ୍ଟିଚ୍ୟୁଟ୍ କରି ବହୁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷିତ କରିଥିଲେ । ଏହି ଟାଇପ୍ ଇନ୍‌ଷ୍ଟିଚ୍ୟୁଟ୍ ୧୯୭୪ ରେ ପ୍ରତିଷ୍ଠା କରିଥିଲେ । ପରେ ୧୯୮୦ ଦଶକରେ ସେ ରାଜକନିକା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ କଲେଜରେ ଶିକ୍ଷାକର୍ମୀ ଭାବେ ଚାକିରୀ କରି ଅବସର ନେବା ପରେ ଧାନଫୁଲ ପତ୍ରିକାର ସଂପାଦକ ଥାଇ ଏହାକୁ ରାଜ୍ୟସ୍ତରରେ ପରିଚିତ କରାଇଥିଲେ । ସେ ଜଣେ ଆଗଧାଡିର ସମାଜସେବୀ ଥିଲେ । ତାଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ରାଜ୍ୟର ବହୁ ଅନୁଷ୍ଠାନ ତାଙ୍କୁ ପୁରସ୍କୃତ କରିଥିଲେ । ସେ ଜଣେ ସ୍ନେହୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ନିଜର ପରିଚୟ ନିଜେ ସୃଷ୍ଟି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.