Home ଜିଲ୍ଲା ପରିକ୍ରମା କରୋନା କଟକଣା ମଧ୍ୟରେ ଭଦ୍ରକରେ ବିଶ୍ୱ ମାତୃଦିବସ ପାଳିତ

କରୋନା କଟକଣା ମଧ୍ୟରେ ଭଦ୍ରକରେ ବିଶ୍ୱ ମାତୃଦିବସ ପାଳିତ

20

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ ଏମିତି ଏକ ଶବ୍ଦ, ଯାହାର ଉଚ୍ଚାରଣ କେବଳ ମନୁଷ୍ୟଜାତି ନୁହେଁ ସମଗ୍ର ଜୀବ ଜଗତକୁ ମମତାର ବନ୍ଧନରେ ବାନ୍ଧି ରଖିଛି । ପଶୁ-ପକ୍ଷୀଙ୍କ ଠାରୁ ଆରମ୍ଭ କରି ସଭ୍ୟ ମାନବ ସମାଜ ପର୍ଯ୍ୟନ୍ତ ଯେଉଁ ବିକାଶର ଧାରା ସୃଷ୍ଟି ହୋଇଛି, ତାହା ପଛରେ ଥିବା ଏହି ମାତୃଜାତି ହିଁ ସମସ୍ତଙ୍କ ପାଇଁ ଚିରନମସ୍ୟ । ତେବେ ଆଜି ସମଗ୍ର ମାନବଜାତି କରୋନା ମହାମାରୀ ଆତଙ୍କରେ ତ୍ରାହି ତ୍ରାହି ଡାକୁଥିବାବେଳେ ଆଜିର ଦିନର ପବିତ୍ର ବିଶ୍ୱ ମାତୃଦିବସ ସେମିତି ଆଖିଦୃଶିଆ ଉତ୍ସବମୁଖର ହୋଇପାରିନାହିଁ । ତଥାପି ଆଜିର ଏହି ଦିନଟିକୁ ସମଗ୍ର ପୃଥିବୀବାସୀ ବିଭିନ୍ନ ଢଙ୍ଗରେ ପାଳନ କରିଛନ୍ତି । ତେବେ ଭଦ୍ରକରେ ବର୍ତ୍ତମାନର କରୋନା ଜନିତ କଟକଣା ଯୋଗୁଁ ଏହି ଦିବସଟିକୁ ବିଭିନ୍ନ ଅନୁଷ୍ଠାନ ନିରାଡମ୍ବର ଭାବେ ପାଳନ କରିଥିବାବେଳେ ବହୁ ପରିବାର ସଟଡାଉନ୍‌ର ଆବଦ୍ଧ ଭିତରେ ରହି ସ୍ନେହ ସୌହାର୍ଦ୍ଧ୍ୟ ମଧ୍ୟରେ ପାଳନ କରିଥିବାର ଦେଖିବାକୁ ମିଳିଛି । ଏବେ ସଂଖ୍ୟାଲଘୁ ସଂପ୍ରଦାୟ ଇସଲାମ୍ ଧର୍ମର ପବିତ୍ର ରମଜାନ ମାସ ଚାଲିଥିବାବେଳେ ଏହି ମାତୃ ଦିବସଟିକୁ ଭଦ୍ରକ ସହରର ନଲେଜ ସେଣ୍ଟର ପରିବାର ପକ୍ଷରୁ ନିରାଡମ୍ବର ଭାବେ କେକ୍ କାଟି ପାଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.