Home ଜିଲ୍ଲା ପରିକ୍ରମା ସମାଜସେବୀ ଭାଗିରଥି ଜେନାଙ୍କ ସ୍ମୃତିଚାରଣ ସଭା

ସମାଜସେବୀ ଭାଗିରଥି ଜେନାଙ୍କ ସ୍ମୃତିଚାରଣ ସଭା

94

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ଅଞ୍ଚଳର ଜଣେ ସୁନାମ ଧନ୍ୟବ୍ୟକ୍ତି ଭାଗିରଥି ଜେନାଙ୍କର ଏକାଦଶାହ କ୍ରିୟା ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅସୁରାଳି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଜଗନ୍ନାଥ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେ ବିଧାୟକ ବିଷ୍ଣୁ ସେଠ, ସାଂସଦ ପ୍ରତିନିଧି ନାରାୟଣଚନ୍ଦ୍ର ସାହୁ, ଆଇନ୍‌ଜୀବୀ ରାଧାକାନ୍ତ ତ୍ରିପାଠୀ, ବିଜେପିର ଜିଲ୍ଲା ସମ୍ପାଦକ ଅକ୍ଷୟ କୁମାର ପୁହାଣ, ଅଧ୍ୟକ୍ଷ ସତ୍ୟବ୍ରତ ଭାରତୀ, ରଘୁନାଥ ଦାସ, କାହ୍ନୁଚରଣ ଦାସ, ସୁଧିର ଖଟୁଆ, ରବିନ୍ଦ୍ର ପାଣିଗ୍ରାହୀ, ଅମରେନ୍ଦ୍ର ନାୟକ, ସତ୍ୟମୁର୍ତ୍ତି ବେହେରା, ବୈକୁଣ୍ଠ ବିଶ୍ୱାଳ, କାଳନ୍ଦି ମଳିକ, ଡ଼ାକ୍ତର ସଦାନନ୍ଦ ଦାସ, ଅଜୟ ସ୍ୱାଇଁ, ସରପଞ୍ଚ ନିମାଇ ନାୟକ, ଶ୍ରୀକାନ୍ତ ନାୟକ, ଅଜୟ ବଳ, ସୁରଜ ସାହୁ, କୁଞ୍ଜବିହାରୀ ନାୟକ, ମାନସ ସାହୁ, ସପନ ଦାସ, ବିଷ୍ଣୁ ବେହେରା, ହୃଷିକେଶ ରାଉତ, କିଶୋର ପୃଷ୍ଟି, କ୍ଷୀରୋଦ ସ୍ୱାଇଁ, ଜଗନ୍ନାଥ ବେହେରା, ସହଦେବ ସାହୁ, ହରିଶଚନ୍ଦ୍ର ବେହେରା, ଅନିମା ଘୋଷାଲ, ନରେନ୍ଦ୍ର ରାଉତ, ପ୍ରତାପ ନାଥ, ରଜତ ଲେଙ୍କା, ଦୀନବନ୍ଧୁ ଅଧିକାରି, ପ୍ରଶାନ୍ତ ଜେନା ପ୍ରମୁଖ ଯୋଗଦେଇ ଦିବଙ୍ଗତ ଭାଗିରଥି ଜେନାଙ୍କ ଉଦାରତା, ଆଧ୍ୟତ୍ମିକତା ତଥା ରେବକପାଳି ନଦୀ ସଂସ୍କାରରେ ନେତୃତ୍ୱ ନେଇ ସାଧାରଣ ମଣିଷକୁ ହକ୍ ଦେବାରେ ତାଙ୍କର ଭୂମିକା ଅତୁଳନୀୟ ବୋଲି ବକ୍ତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ସାମ୍ବାଦିକ ବୈକୁଣ୍ଠନାଥ ସାହୁ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ସଂଚାଳନା କରିଥିବାବେଳେ ସରପଞ୍ଚ ରାଜେନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦନେ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.