Home ଓଡ଼ିଶା ସାମ୍ବାଦିକ ମାନେ ଦେଶର ଜାଗ୍ରତ ପ୍ରହରୀ, ସତ୍ୟ ଓ ଗଠନମୁଳକ ସମ୍ବାଦ ପରିବେଷଣ କରନ୍ତୁ

ସାମ୍ବାଦିକ ମାନେ ଦେଶର ଜାଗ୍ରତ ପ୍ରହରୀ, ସତ୍ୟ ଓ ଗଠନମୁଳକ ସମ୍ବାଦ ପରିବେଷଣ କରନ୍ତୁ

48

ମାଲକାନଗିରି,୧୬ ।୧୧(ଓଡିଆ ପୁଅ ) ଗଣମାଧ୍ୟମ କେବଳ ଚତୁର୍ଥସ୍ତମ୍ବ ହୋଇ ରହିନାହିଁ,ଦେଶର ଜାଗ୍ରତ ପ୍ରହରୀ ହୋଇ ସତ୍ୟ,ଗଠନମୁଳକ ସମ୍ବାଦ ପରିବେଷଣ କରି ସମଗ୍ର ବିଶ୍ୱବାସୀଙ୍କୁ ଦିଗଦର୍ଶନ ଦେଇ ନିଜଜୀବନକୁ ଉତ୍ସର୍ଗୀତ କରିପାରିଛନ୍ତି ,ସାମ୍ବାଦିକମାନେ ସତ୍ୟ ଓ ଗଠନମୂଳକ ସମ୍ବାଦ ପରିବେଷଣ କରିବାକୁ ମାଲକାନଗିରି ଜିଲ୍ଲାସ୍ତରୀୟ ଜାତୀୟପ୍ରେସ ଦିବସ ଅବସରରେ ଯୋଗ ଦେଇଥିବା ଅତିଥିମାନେ କହିଥିଲେ । ମଙ୍ଗଳବାର ସନ୍ଦ୍ୟାରେ ସ୍ଥାନିୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପ୍ରଶାସନ ଓ ସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସଦିବସ ଅବସରରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ବୀଶାଳ ସିଂ, ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳ ଅକ୍ଷୟକୁମାର ଖେମୁଣ୍ଡୁ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଗ୍ରାମଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ଯୋଗଦେଇ ଆଧୁନିକ ଯୁଗରେ ପ୍ରେସର ଭୁମିକା ଅତ୍ୟନ୍ତ ଗୁରୁତ୍ୱ ପୁଣ୍ଣ ର୍,ଗଣତନ୍ତ୍ର ରାଷ୍ଟ୍ରରେ ଗଣ ମାଧ୍ୟମ ହିଁ ଜାଗ୍ରତ ପ୍ରହରୀ ସଦୃଶ୍ୟ କାମକରୁଛି ବୋଲି କହିଥିଲେ । ପ୍ରଥମେ ଜଗତର ନାଥ ଜଗନାଥଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ନବଦୋୟ ବିଦ୍ୟାଳୟର ଛାତ୍ରୀମାନେ ଦେଶାତ୍ମକବୋଧ ସଙ୍ଗୀତ ଗାନକରିଥିଲେ । ଏହି କାର୍ଯ୍ୟକ୍ରମରେ ମହାମାରି ସମୟରେ ଗଣମାଧ୍ୟମ ଏକ ନୂତନ ଆହ୍ୱାନ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା । କରୋନା ମହାମାରିରେ ମୃତ୍ୟବରଣ କରିଥିବା ସାମ୍ବାଦିକ ମାନଙ୍କ ପାଇଁ ଦୁଇମିନିଟ ନିରବ ପ୍ରାର୍ଥନା ସହ ସ୍ମୃତି ଚାରଣ କରାଯାଇଥିଲା ।ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଜୋତ୍ସ୍ନାଆଚାର୍ଯ୍ୟ ସଭାରେ ଅଧ୍ୟକ୍ଷାତାରେ କରିଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ, ଦୁର୍ଯ୍ୟଧନପାତ୍ର, ଭାସ୍କର  ଚନ୍ଦ୍ରବେହେରା, ସିବୁକିର୍ତନିୟା,ପଚାଂନନଦାଶ,ଦୁର୍ଗାପଟନାୟକ, ତ୍ରିଲୋଚନ ଦାସ ପ୍ରମୁଖ ସାମ୍ବାଦିକ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଅଚଂଳରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପ୍ରତି ରାଜ୍ୟ ସରକାର ଗୁରତ୍ୱଦେଇ ସୁରକ୍ଷା ଓ ସମସ୍ଥପ୍ରକାର ସରକାରି ସହାୟତା ଯୋଗାଇ ଦେବା ପାଇଁ ଦାବିକରିବା ସହିତ ସମ୍ବାଦପତ୍ର ଓ ସାମ୍ବାଦିକ ମାନଙ୍କ ଭୁମିକା ସଂପର୍କରେ ସୁଚନାଦେଇଥିଲେ । ଜିଲ୍ଲାସୁଚନା ଲୋକସଂପର୍କ ବିଭାଗର ହରେକୃଷ୍ଣ କିର୍ତନିୟା,ରଜଂନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଅନୁରୁପ ମଙ୍ଗଳବାର ସକାଳେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ଉତ୍କଳ ସାମ୍ବାଦିକ ସଂଘ ସଭାପତି ଦୁର୍ଯ୍ୟଧନ ପାତ୍ର ଙ୍କ ଅଧ୍ୟକ୍ଷାତାରେ ୫୫ ତମ ଜାତୀୟପ୍ରେସ ଦିବସ ଅବସରରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସାମ୍ବାଦିକ ସମ୍ବନୟ କମଟି ଅଧ୍ୟକ୍ଷ ରତ୍ନାକରଦାଶ, ସମ୍ମାନିତ ଅତିଥି ଭାବେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମହାନ୍ତି,ସତ୍ୟନାରାୟଣ ଦାଶ, ଶ୍ରୀନିବାସପାତ୍ର, ପ୍ରଭାକର ସୁନା,କିଶୋର ପାଟିକା,ସୋନୁ ଅନୁଗୁ ଯୋଗଦେଇ ଆଧୁନିକ ଯୁଗରେ ଗଣମାଧ୍ୟମ ପ୍ରତି ନିଧିଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁଣ୍ଣ  ରହିଛି,ସାମ୍ବାଦିକ ମାନେ ନିର୍ଭିକ ଭାବେ ସତ୍ୟନିଷ୍ଠ ସମ୍ବାଦ ପରିବେଶଣ କରିବା ଉଚିତ ବୋଲି କହିଥିଲେ । ଏହି ଅବସରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ସୁଧାକର ଦାଶ ଙ୍କ ସ୍ମୁତିଉଦେଶ୍ୟରେ ଦୁଇମିନିଟ ନିରବପ୍ରାର୍ଥାନ କରାଯାଇଥିଲା । ଏହି କାର୍ଯ୍ୟାକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ସାମ୍ବାଦିକ ଅଶୋକ ମିଶ୍ର,ଶିବଦତ ସାହୁ,ସିମାଚଂଳ ପାଣିଗ୍ରୀହା,ଚନ୍ଦନ କୁମାର ପଣ୍ଡା,ଭଗବାନ ସାହୁ, ହୃଶିକେଶ ସେଠୀ ପ୍ରମୁଖ ସାମ୍ବାଦିକ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଅଚଂଳରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପ୍ରତି ରାଜ୍ୟ ସରକାର ଗୁରତ୍ୱଦେଇ ସୁରକ୍ଷା ଓ ସମସ୍ଥପ୍ରକାର ସରକାରି ସହାୟତା ଓ ସ୍ୱାସ୍ଥ୍ୟବିମା କାର୍ଡ ଯୋଗାଇ ଦେବା ପାଇଁ ଦାବିକରିବା ସହିତ ସମ୍ବାଦପତ୍ର ଓ ସାମ୍ବାଦିକ ମାନଙ୍କ ଭୁମିକା ସଂପର୍କରେ ସୁଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାର ଶତାଧିକ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ନିଜ ନିଜ ମତଉପସ୍ଥାପନ କରି ଆଲୋଚନାରେ ଭାଗନେଇଥିଲେ । ଠିକସେହିପରି ଏମୟୁଜେ କାର୍ଯ୍ୟାଳୟ ଠାରେ ସଂଘର ସଭାପତି ଦେବ ପ୍ରସାଦ ଦାଶ ଙ୍କ ଅଧ୍ୟକ୍ଷତାରେ ୫୫ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି,ଏହି କାର୍ଯ୍ୟକ୍ରମରେ ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି,ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଙ୍କ ସହିତ ଏମୟୁଜେ ର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.