Home କୋରାପୁଟ ସାମ୍ବାଦିକ ତଥା ସାହିତ୍ୟିକ ସ୍ୱର୍ଗତ ସୁରେନ୍ଦ୍ର ମହାନ୍ତିଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିସଭା

ସାମ୍ବାଦିକ ତଥା ସାହିତ୍ୟିକ ସ୍ୱର୍ଗତ ସୁରେନ୍ଦ୍ର ମହାନ୍ତିଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିସଭା

36

କୋରାପୁଟ ୮-୧ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ପ୍ରେସକ୍ଲବ ପରିସରରେ ସାମ୍ବାଦିକ ତଥା ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ଏକାଦଶାହ ଉପ ଲକ୍ଷେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତିସଭାରେ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ।ଏହି ସଭାରେ ଉମାକାନ୍ତ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରି ସାଂଗଠନିକ ସଫଳତା ଉପରେ ଆଲୋକପାତ କରିଥିଲେ।ଡ. ଜଗବନ୍ଧୁ ସାମଲ .ନାରାୟଣ ପଣ୍ଡା, ଜଳଧର ସ୍ୱାଇଁ,  ଜୟନ୍ତ କୁମାର ମିଶ୍ର ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ।ଡ.ପ୍ରତିଧାରା ସାମଲ, ଘନଶ୍ୟାମ ରଥ, ସୁଦର୍ଶନ ଗୈାଡ,  ତ୍ରୀନାଥ ପାତ୍ର, ଶରତ ନାୟକ, ଜିତେନ୍ଦ୍ର ମିଶ୍ର,  ପ୍ରଶାନ୍ତ କୁମାର ସାମନ୍ତରାୟ,  ଅରୁଣ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ସୃଜନୀ ମହଲର ବଟକୃଷ୍ଣ ପ୍ରଧାନ ଆୟୋଜନ କରିଥିବା ବେଳେ ରମେଶ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ।ନରସିଂହ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.