Home ଓଡ଼ିଶା ସାମୁଦ୍ରିକ ଝଡ଼ – ଅମ୍ଫାନ, ୨୦ ରେ ସ୍ଥଳଭାଗ ଛୁଇଁବ – କାଲିଠୁ ପ୍ରବଳ ବର୍ଷା...

ସାମୁଦ୍ରିକ ଝଡ଼ – ଅମ୍ଫାନ, ୨୦ ରେ ସ୍ଥଳଭାଗ ଛୁଇଁବ – କାଲିଠୁ ପ୍ରବଳ ବର୍ଷା ସହ ପବନ

336

ଭୁବନେଶ୍ୱର ୧୭-୫ (ଓଡ଼ିଆ ପୁଅ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଛି। ଏହି ବାତ୍ୟାର ନାମକରଣ ଅମ୍ଫାନ ନାମରେ ନାମିତ କରାଯାଇଛି। ବାତ୍ୟା ‘ଅମ୍ଫାନ‌’ ଆସନ୍ତା ୨୦ ତାରିଖ ସକାଳେ ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପହଞ୍ଚିଛନ୍ତି ଏନ୍‌ଡିଆରଏଫ୍‌ଟିମ୍। ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣରେ ୧୦୦୦ କିମି ଦୂରରେ ରହିଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ, ସେନେଇ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି। ଏହା ପାରାଦୀପଠାରୁ ଏକ ହଜାର କିଲୋମିଟର ଦକ୍ଷିଣ, ଦୀଘାଠାରୁ ୧୧୦୦ କିଲୋମିଟର ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦୂରରେ ରହିଛି। ଏହି ବାତ୍ୟା ୨୦ ତାରିଖରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଉଛି।

ଦିଘାର ଦକ୍ଷିଣ ଦକ୍ଷିଣପଶ୍ଚିମରେ ୧୧୦୦ କିମି ଦୂରରେ ରହିଛି ଅମ୍ଫାନ୍। ଆଜି ସକାଳେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଅର୍ଥାତ୍ ଭୀଷଣ ବାତ୍ୟାର ରୂପ ନେବ। ୧୭-୧୮ ତାରିଖ ମଧ୍ୟ ରାତ୍ରୀରେ ଅମ୍ପାନ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ (VSCS) ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଆକଳନକରିଛି। ୧୯ ତାରିଖ ଦିନ ଅତ୍ୟଧିକ ଭୀଷଣ ବାତ୍ୟାରେ ପରିଣତ ହେବ। ଏହାପରେ ୨୦ ତାରିଖ ଦିନ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ।

ଓଡ଼ିଶାରେ ଏହାର ପ୍ରଭାବ
ଅମ୍ଫାନ୍ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୮ରୁ ୨୦ ଯାଏଁ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବାତ୍ୟା ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ରହିବ ଏପରିକି ଏହାର ବେଗ ୧୯୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି।

ବାତ୍ୟା ପ୍ରଭାବରେ ୧୮ ତାରିଖରୁ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଜୋର୍ ପବନ ବହିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡିଶାର ୪ଟି ଜିଲ୍ଲା ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶାର ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଥିବା ବେଳେ ଅଧିକ ପ୍ରଭାବିତ ହେବାକୁ ୪ଟି ଜିଲ୍ଲାରେ ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ କରିଛନ୍ତି ସରକାର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.