Home ଓଡ଼ିଶା ସାମାଜିକ ଦୂରତା ରକ୍ଷାକରି ମାସ୍କ ପିନ୍ଧି ସୁରକ୍ଷିତ ରୁହନ୍ତୁ ନହେଲେ ୫୦୦ଟଙ୍କା ଜରିମାନା ଦେଇ ମାସ୍କ...

ସାମାଜିକ ଦୂରତା ରକ୍ଷାକରି ମାସ୍କ ପିନ୍ଧି ସୁରକ୍ଷିତ ରୁହନ୍ତୁ ନହେଲେ ୫୦୦ଟଙ୍କା ଜରିମାନା ଦେଇ ମାସ୍କ ନିଅନ୍ତୁ ।

129

ମାଲକାନଗିରି,୪ା୬ (ଓଡିଆ ପୁଅ ) କରୋନାକୁ ନେଇ ସାରା ବିଶ୍ୱ ଏବେ ଭୟଭୀତ ହୋଇପଡିଥିବା ବେଳେ ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରାଯାଇଥିଲା ,ଏବେ ଲକଡାଉନ କିଛି ମାତ୍ରାରେ କୋହଳ କରିଦିଆଯାଇ କରୋନା ପାଇଁ ସରକାରଙ୍କ ପକ୍ଷରୁ କିଛି ନୂଆକଟକଣା ଜାରିକରାଯାଇଛି । କରୋନା ସଂକ୍ରମଣ ଠାରୁ ଦୁରରେ ରହିବା ପାଇଁ ସମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର ପ୍ରତି ଗୁରୁତ୍ୱ ଦିଆ ଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ କିଛି ଅମାନିଆ ବିନା ମାସ୍କରେ ବଜାରଘାଟ ବୁଲୁଥିବାର ଦେଖିବାକୁ ମିଳୁଛି । ଗତ ଦୁଇଦିନ ହେଲା ମାଲକାନଗିରି ଥାନ ଅଧିକାରୀ ରାମପ୍ରସାଦ ନାଗ ପୁଲିସ ସଦଳବଳ ନେଇ ସହରର ସମସ୍ତ ଛକସ୍ଥାନରେ ମାସ୍କ ପିନ୍ଧିନଥିବା ଲୋକମାନଙ୍କୁ ଅଟକାଇ ସେମାନଙ୍କୁ ମାସ୍କ ପିନ୍ଧାଇ ଛାଡୁଛନ୍ତି । ପରବର୍ତି ସମୟରେ ମାସ୍କ ବ୍ୟବହାର ନକଲେ ୫୦୦ଟଙ୍କା ଜରିମାନେ ଦେଇ ମାସ୍କ ନେଇ ଘରକୁ ଯିବେ । ବାରମ୍ବାର ତାଗିଦ କଲେ ମଧ୍ୟ ଯଦି କେହି ମାସ୍କ ନ ପିନ୍ଧିନ୍ତ ନିୟମ ଉଲଘଂନ କଲେ ଜରିମାନା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି । ବଜାରଘାଟ କୁ ଆସିଲେ ମାସ୍କ ବ୍ୟବହାର କରିବାସହ ସାମଜିକ ଦୂରତା ରକ୍ଷାକରନ୍ତୁ ,ରାସ୍ତାଘାଟରେ ଛେପ ପକାନ୍ତୁ ନାହିଁ, ଛେପ ପକାଇଲେ ଜରିମାନା ଦେବାକୁ ପଡିବ,ଏହି ନିୟମ ପାଳନ କଲେ କରୋନା ସଂକ୍ରମଣଠାରୁ ସୁରକ୍ଷିତ ରହିପାରିବା ବୋଲି ଆଜି ସନ୍ଧ୍ୟାରେ ମାଲକାନଗିରି ଥାନା ଅଧିକାରୀ ଶ୍ରୀ ନାଗ ଡାକବାଜି ଯନ୍ତ୍ରଦ୍ୱାରା ପ୍ରଚାର କରୁଥିବାର ଦେଖିବାକୁ ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.