Home ଓଡ଼ିଶା ସାବଧାନ ! ୩,୫୦୦ ଫ୍ରଡ ନମ୍ବରକୁ, ଉଠାଇଲେ ଖାଲି ହେବ ଆପଣଙ୍କର ଆକାଉଣ୍ଟ – Paytm...

ସାବଧାନ ! ୩,୫୦୦ ଫ୍ରଡ ନମ୍ବରକୁ, ଉଠାଇଲେ ଖାଲି ହେବ ଆପଣଙ୍କର ଆକାଉଣ୍ଟ – Paytm ଖୋଜି କାଢ଼ିଲା ଏହି ନମ୍ବର

1454

ନୂଆ ଦିଲ୍ଲୀ ୨୬-୧ (ଓଡ଼ିଆ ପୁଅ) Paytm- ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ୩,୫୦୦ ଫୋନ ନମ୍ବରର ଏକ ଲିଷ୍ଟ ଗୃହ ମନ୍ତ୍ରଣାଳୟ, ଟ୍ରାଇ ଏବଂ ସିଇଆରଟି-ଇନ କୁ ଦେଇଛି। ଏହି ଫୋନ ନମ୍ବରଗୁଡ଼ିକରୁ ଗ୍ରାହକମାନଙ୍କୁ ଠକେଇର ଜାଲରେ ଫସେଇବା ପାଇଁ କଲ ଏବଂ ମେସେଜ କରା ଯାଉଛି। ପିପିବି ଏହି ଲୋକମାନଙ୍କ ବିରୁଦ୍ଧରେ ଏଫଆଇଆର ମଧ୍ୟ କରିଛି। ଏହା ବ୍ୟତୀତ ଏସଏମଏସ ସର୍ଟକୋଡର ଏକ ସୂଚୀ ମଧ୍ୟ ଦେଇଛି।

ପିପିବି, ଟ୍ରାଇ, ଗୃହ ମନ୍ତ୍ରଣାଳୟ ଏବଂ ସିଇଆରଟି-ଇନ ର ଅଧିକାରୀମାନଙ୍କ ସହିତ ମିଟିଂ କରିଛି ଏବଂ ପିପିବି ସମ୍ବେଦନଶୀଳ ସୂଚନା ଏକତ୍ର କରିବା ସହିତ ଫୋନ ଏସଏମଏସ ଏବଂ କଲ ସ୍କାମକୁ ବୁଝାଇବା ସହ ଡିଜିଟାଲ ପେମେଣ୍ଟ କରୁଥିବା ଉପଯୋଗକର୍ତ୍ତମାନଙ୍କୁ ଏହି ସ୍କାମ ପ୍ରଭାବିତ କରୁଥିବା କଥା କହିଛି।

ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଏକ ବୟାନରେ କହିଛି କି ଉପରୋକ୍ତ ଅଧିକାରୀମାନଙ୍କ ସହିତ ବୈଠକରେ କମ୍ପାନୀ ସ୍ପଷ୍ଟ କରିଛି କି ଏହିପରି ଭାବରେ ଠକେଇ ଯୋଗୁଁ ଲକ୍ଷ ଲକ୍ଷ ଭାରତୀୟଙ୍କର ଭରସା ଭାଙ୍ଗି ଯାଉଛି।

ତେବେ ଜାଣନ୍ତୁ କିପରି ସତର୍କତା ଅବଲମ୍ବନ କରିବେ

୧ ସର୍ଚ କରୁଥିବା ବେଳେ ଚେକ କରନ୍ତୁ କି ଇଣ୍ଟରନେଟ କନେକ୍ସନ ସୁରକ୍ଷିତ କି ନୁହେଁ। ଏହା ଚେକ କରି ନିଅନ୍ତୁ ୟୁଆରଏଲ HTTPS ରୁ ଆରମ୍ଭ କି HTTP ରୁ।
୨. କାର୍ଡରେ ପେମେଣ୍ଟ କରିବା ସମୟରେ କିମ୍ବା ଏଟିଏମ ରୁ ଟଙ୍କା କାଢ଼ିବା ସମୟରେ କୌଣସି ଅଜ୍ଞାତ ବ୍ୟକ୍ତିର ସହାୟତା ନିଅନ୍ତୁ ନାହିଁ।
୩ ଏହା ମଧ୍ୟ ନିଶ୍ଟିତ ଚେକ କରନ୍ତୁ କି ଆପଣଙ୍କ କାର୍ଡ ପେମେଣ୍ଟ କରି ଅଲଗା-ଅଲଗା ମେସିନ୍ ରେ ସ୍ବାଇପ ତ କରାଯାଉ ନାହିଁ।
୪ ବ୍ୟାଙ୍କରୁ ଡେବିଟ କିମ୍ବା କ୍ରେଡିଟ କାର୍ଡ ମିଳିବା ପରେ ତୁରନ୍ତ ନିଜର ପାସୱାର୍ଡ ବଦଳାଇ ଦିଅନ୍ତୁ। ନିଜର ଏଟିଏମର ପାସୱାର୍ଡ ମଧ୍ୟ ସମୟ-ସମୟରେ ବଦଳାନ୍ତୁ।
୫ ବ୍ଲୁଟୁଥ ଏବଂ ୱାଇଫାଇ ବ୍ୟବହାର କରିବା ପରେ ବନ୍ଦ କରିଦିଅନ୍ତୁ। କୌଣସି ମଧ୍ୟ ଅଜ୍ଞାତ ଫୋନ କିମ୍ବା ଡିଭାଇସ୍ ନିଜ ଫୋନ ସହିତ କନେକ୍ଟ କରନ୍ତୁ ନାହିଁ।
୬ ପବ୍ଲିକ ୱାଈଫାଇର ବ୍ୟବହାର କରିବା ସମୟରେ କୌଣସି ମଧ୍ୟ ପେମେଣ୍ଟ କିମ୍ବା ନିଜର ବ୍ୟାଙ୍କ ଡିଟେଲ୍ସ ଶେୟାର କରନ୍ତୁ ନାହିଁ।
୭ ନିଜର ସିମ କାର୍ଡର ପିନ ପାଇଁ ପାରୱାର୍ଡ ରଖିବେ। ଯାହାଫଳରେ ଚୋରୀ ହେବା ପରେ ମଧ୍ୟ ସିମକୁ କୌଣସି ବ୍ୟବହାର ନ କରିପାରନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.