Home ଓଡ଼ିଶା ରଣପୁର ଅଂଚଳରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ

ରଣପୁର ଅଂଚଳରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ

130

ନୟାଗଡ/୨୬/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ପ୍ରତିବର୍ଷ ଭଳି ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି । ରଣପୁର ପଂଚୁଦୋଳ ପଡିଆ ମାସ୍ ର‌୍ୟାଲିରେ ରଣପୁର ତହସିଲ୍‌ଦାର ଅନିଲ୍ ଆଚାର୍ଯ୍ୟ ପତାକା ଉତ୍ତୋଳନ କରିଥିଲେ । ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ମଧ୍ୟ ପତାକା ଉତ୍ତୋଳନ କରିଥିଲେ । ସେହିଭଳି ଭାବରେ ବ୍ରଜରାଜପୁର ନୋଡାଲ ପଂଚାୟତ ଉଚ୍ଚ ବିଦ୍ୟାଳୟରେ ରଣପୁର ମାନ୍ୟବର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ପତାକା ଉତ୍ତୋଳନ କରିଥିଲେ । ପଂଚାୟତର ସରପଂଚ ସୁକାନ୍ତ ସାମନ୍ତରାୟ, ସମିତି ସଭ୍ୟ ତପନ ପଟ୍ଟନାୟକ ଓ ବୁଟୁ ନନ୍ଦ ମଂଚରେ ଉପସ୍ଥିତ ଥିଲେ । ଇଂ.ଦେବାଶିଷ ପଟ୍ଟନାୟକ ଏହାର ଆୟୋଜନ କରିଥିଲେ । ଏହି ବ୍ରଜରାଜପୁରରେ ପ୍ରଥମ ଥର ପାଇଁ ମାସ୍ ର‌୍ୟାଲିର ଆୟୋଜନ କରାଯାଇଥିଲା । ଏଥିରେ ଲତାର, ଗୋଳା ପୋଖରୀ, ଶ୍ୟାମଘନପୁର, ବାଙ୍କପୁର, ଚମ୍ପତିପୁର ଆଦି ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ ।

ଗୋପାଳପୁର ପଂଚାୟତରେ ଏକ ତ୍ରିରଙ୍ଗା ର‌୍ୟାଲିର ଆୟୋଜନ କରାଯାଇଥିଲା । ଏଥିସହ ରାଜ-ସୁନାଖଳାଠାରୁ ଆରମ୍ଭ କରି ବିଭନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଏହି ୭୧ତମ ସାଧାରଣତନ୍ତ୍ର ଦିବସ ମହା ସମାରହୋରେ ପାଳିତ ହୋଇଥିବା ଜଣା ପଡିଛି । ପ୍ରତ୍ୟେକ ଯାଗାରେ ପ୍ୟାରେଡ୍ ସହ ଦେଶାତ୍ମବୋଧକ ନୃତ୍ୟ ଗୀତର ଆୟୋଜନ କରାଯାଇଥିଲା । କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.