Home Coronavirus Outbreak ସାବଧାନ! ଭିଡିଓ କନଫରେନ୍ସିଂରେ ମାତି ଯାଇଛନ୍ତି କି?

ସାବଧାନ! ଭିଡିଓ କନଫରେନ୍ସିଂରେ ମାତି ଯାଇଛନ୍ତି କି?

1904

ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କ କାରଣରୁ ବିଶ୍ଵବ୍ୟାପୀ ବିଭିନ୍ନ ସ୍ଥାନରେ ଲକ୍ ଡାଉନ୍ ଘୋଷଣା ଭିତରେ ଲୋକେ ଏକ ପ୍ରକାର ଗୃହବନ୍ଦୀ ହୋଇ ଅଛନ୍ତି। ଏମିତିରେ ୱାର୍କ ଫ୍ରମ୍ ହୋମ୍ (ଘରୁ କାମ କରିବା) ପଦ୍ଧତି ଅନୁଯାୟୀ ଅନେକ କମ୍ପାନୀ, ଶିକ୍ଷାନୁଷ୍ଠାନ ଆଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ କାମ ତୁଲାଉଛନ୍ତି। ଏପରି ଭିଡିଓ କନଫରେନ୍ସିଂ ପାଇଁ ଜୁମ୍ ଭିଡିଓ କନଫରେନ୍ସିଂ ଆପ୍ ବ୍ୟବହାର କରାଯାଉଛି। ବିଶ୍ୱରେ ଏବେ ଏହି ଆପର ଲୋକ ପ୍ରିୟତା କାହିଁ କେତେ ଗୁଣାରେ ବଢ଼ିଯାଇଛି। ରାଜନୈତିକ ଦଳ ଗୁଡ଼ିକ, ବିଶେଷ ଭାବରେ ବିଜେପି ଦଳରେ ଏବଂ ଆମ ଓଡ଼ିଶା ବିଜେପିରେ ଏବେ ଏହି ଭିଡିଓ କନଫରେନ୍ସିଂ ଆପର ଖୁବ୍ ବ୍ୟବହାର ହେଉଛି। ତେବେ ଏହି ଆପ୍ ବ୍ୟବହାର କରିବା ସୁରକ୍ଷିତ ନୁହେଁ ବୋଲି ଜଣାପଡ଼ିଛି।

ଭିଡିଓ କନଫରେନ୍ସିଂ ମିଟିଂ ପାଇଁ ଏବେ ଜୁମ୍ କନଫରେନ୍ସିଂ ଆପର ଖୁବ୍ ବ୍ୟବହାର କରାଯାଉଛି। କିନ୍ତୁ ଏହି ଆପ୍ ବ୍ୟବହାର କରିବା ସୁରକ୍ଷିତ ନୁହେଁ। ଏହି ଆପ୍ ବ୍ୟବହାର ଦ୍ୱାରା ଆପଣଙ୍କ ଡାଟା (ତଥ୍ୟ) ଲିକ୍ ହେବାର ସମ୍ଭାବନା ରହିଛି। ଆପଣଙ୍କ ଡାଟା ଚୋରୀ ହୋଇ ମାତ୍ର ୧୫ ପଇସାରୁ କମ୍ ପଇସାରେ ଅନଲାଇନ୍ ବିକ୍ରି ହୋଇଯିବାର ସମ୍ଭାବନା ରହିଛି। ଏହି ଆପ୍ ସହ ଜଡିତ ତଥ୍ୟ ଲିକ୍ ହେବା ଘଟଣା ଜଣାପଡ଼ିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସାଇବର ସମନ୍ୱୟ କେନ୍ଦ୍ର ପକ୍ଷରୁ ଏଥିନେଇ କେତେକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଏହାକୁ ଧ୍ୟାନରେ ରଖି କିଛି ସେଟିଙ୍ଗ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷ ଭାବରେ ଲକ୍ ମିଟିଂକୁ କେବଳ ବ୍ୟବସ୍ଥାପକ ପରିଚାଳନା କରିବାକୁ କୁହାଯାଇଛି। ପାସୱାର୍ଡ ଅଂଶୀଦାର କରିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। -ଦେବଦତ୍ତ ରଥ

ଘନଘନ ଭିଡିଓ କନଫରେନ୍ସିଂ; ପିଏମ୍ ଆଉ ସିଏମଙ୍କ ଠାରୁ ଆଗରେ ଏମାନେ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.