Home କୋରାପୁଟ ସାପ କାମୁଡାରେ ଯୁବକର ମୃତ୍ୟୁ

ସାପ କାମୁଡାରେ ଯୁବକର ମୃତ୍ୟୁ

462

କୋାରପୁଟ ; ତା୨୫-୦୨-୧୯(ଓଡିଆପୁଅ/ରଂଜନ କୁମାର ଦାସ)ସାପ କାମୁଡାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି ।ବିସିଂହପୁର ଥାନା ଅନ୍ତର୍ଗତ ରାଜୁଗୁଡା ଗ୍ରାମର ମିଟୁ ମୁଦୁଲି , ଡମ୍ବୁ ମୁଦୁଲି ମାଟିକାମ କରିବାକୁ ରାୟଗଡା ଯାଇ ରହୁଥିଲେ ।ଆଜି ସକାଳେ ମିଟୁ ମୁଦୁଲି (୩୦)କୁ ସାପ କାମୁଡିବାରୁ ତାକୁ ରାୟଗଡା ଡାକ୍ତରଖାନାରେ ଭର୍ତି କରାଯାଇ ଚିକିସôା କରାଯାଉଥିଲା ।କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।କିନ୍ତୁ କୋରାପୁଟରେ ଡାକ୍ତର ମିଟୁ ମୃତ୍ୟୁବରଣ କରିଥିବା ଘୋଷଣା କରିଥିଲେ ।ମୃତଦେହକୁ କୋରାପୁଟ ଶବ ବ୍ୟବଛେଦ ଗୃହରେ ରଖାଯାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.