Home ଓଡ଼ିଶା ସାପ କାମୁଡାରେ କଂଗ୍ରେସ ବରିଷ୍ଟ ନେତା ଙ୍କ ମୃତ୍ୟୁ

ସାପ କାମୁଡାରେ କଂଗ୍ରେସ ବରିଷ୍ଟ ନେତା ଙ୍କ ମୃତ୍ୟୁ

139

ମାଲକାନଗିରି,୧୪ ।୭ (ଓଡିଆ ପୁଅ ) ସାପ କାମୁଡାରେ କୋରକୁଣ୍ଡା ବ୍ଲକ କଂଗ୍ରେସ କମଟି ସଦସ୍ୟ ତଥା ତାର୍ଲାକୋଟା ପଚାଂୟତ ସଭାପତି ଲବ ଖିଲଙ୍କର ମୃତ୍ୟୁ ଘଟିଛି । ମହୁଲପୁଟ ଗ୍ରାମସ୍ଥ ନିଜଘରେ ଲବ ଖିଲ ସୋମବାର ରାତ୍ରରେ ଖାଇ ପିଇ ଶୋଇଥିଲେ । ମଙ୍ଗଳବାର ଭୋର ସମୟରେ ତାଙ୍କୁ ଏକ ନାଗସାପ କାମୁଡିଦେଇଥିଲା । ସେ ଚିତ୍କାର କରିବାରୁ ପରିବାର ଲୋକେ ତାଙ୍କୁ ମଙ୍ଗଳବାର ଦିନ ମାଲକାନଗିରି ଜିଲ୍ଲା ହସପିଟାଲକୁ ଚିକିିତ୍ସା ନିମନ୍ତେ ନେଇଯାଇଥିଲେ । ହସପିଟାଲରେ ପହଁଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣାକରି ଥିଲେ । ଏ ସଂପର୍କରେ ଓରକେଲ ଥାନାରେ ଏକ ଅପମୃତ୍ୟୁ ମାମଲାରୁଜୁ କରାଯାଇ ପୁଲିସ ହସପିଟାଲରେ ପହଁଚି ମୃତ ଶରୀର ଜବତ କରି ଶବବ୍ୟବଛେଦ ପରେ ତାଙ୍କ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରିଛନ୍ତି । ଏହି ଖବର ପାଇ ଜିଲ୍ଲାକଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର ,ଉପସଭାପତି ଭୀମବାର୍ସା,ଆଦିବାସୀ ନେତା ଘେନୁ ମୁଦୁଲି ଓ ବ୍ଲକ କଂଗ୍ରେସ କମିଟିର ସଭାପତି କଂଗ୍ରେସ ନେତା ମାନେ ତାଙ୍କ ଘରେ ପହଁଚି ଶେଷ ଦର୍ଶନ କରି ଶେଷକୃତରେ ଯୋଗ ଦେଇଥିଲେ । କଂଗ୍ରେସର ଦଳର ବରିଷ୍ଠ ନେତା ଲବଖିଲ ଙ୍କ ମୃତ୍ୟୁରେ କୋରକୁଣ୍ଡା ବ୍ଲକ ସହିତ ତାର୍ଲାକୋଟା ପଚାଂୟତରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.