Home Coronavirus Outbreak ସାନପୁଅ ପାଞ୍ଚବର୍ଷ ତଳେ ଯାଇଥିଲେ, ଏବେ ରଘୁନାଥଙ୍କ ପରେ ପ୍ରଥମେ ମଝିଆଁ ଏବଂ ପରେ ବଡ଼ପୁଅ...

ସାନପୁଅ ପାଞ୍ଚବର୍ଷ ତଳେ ଯାଇଥିଲେ, ଏବେ ରଘୁନାଥଙ୍କ ପରେ ପ୍ରଥମେ ମଝିଆଁ ଏବଂ ପରେ ବଡ଼ପୁଅ ଯଶୋବନ୍ତ ଚାଲିଗଲେ

305

ଭୁବନେଶ୍ୱର, ମଇ ୨୦ (ଓଡ଼ିଆ ପୁଅ) ; ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପି ପଦ୍ମବିଭୁଷଣ ରଘୁନାଥ ମହାପାତ୍ରଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ତାଙ୍କ ପଛେ ପଛେ ତାଙ୍କର ମଝିଆଁ ପୁଅ ପ୍ରଶାନ୍ତ ଏବଂ ବଡ଼ପୁଅ ଯଶୋବନ୍ତ ମଧ୍ୟ ହାତଧରାଧରି ହୋଇ ଚାଲିଗଲେ।

ସୂଚନା ଯୋଗ୍ୟଯେ, ରଘୁନାଥଙ୍କର ସାନପୁଅଙ୍କର ପାଞ୍ଚବର୍ଷ ପୂର୍ବେ ଦୁର୍ଘଚଣା ଜନିତ ମୃତ୍ୟୁ ହୋଇଥିଲା। ଗତ ୯ ତାରିଖରେ ରଘୁନାଥଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିଲା। ଗତକାଲି ଥିଲା ତାଙ୍କର ଏକାଦଶାହ। ଏହି ଦିନ ତାଙ୍କର ମଝିଆଁ ପୁଆ ତଥା ପୁର୍ବତନ ଓଡିଶା ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କର ମୃତ୍ୟୁ ହୋଇଥିଲା କରୋନା ସଂକ୍ରମଣ କାରଣରୁ। ଆଜି ତାଙ୍କ ପଛେପଛେ ରଘୁନାଥଙ୍କର ବଡପୁଅ ଯଶୋବନ୍ତ ମହାପାତ୍ରଙ୍କର ମଧ୍ୟ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ଯଶୋବନ୍ତଙ୍କୁ ୫୨ବର୍ଷ ବୟସ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.