Home ଜିଲ୍ଲା ପରିକ୍ରମା ସାଧନା ସାହିତ୍ୟ ଏକାଡେମୀର ପଥପ୍ରାନ୍ତ ସାହିତ୍ୟ ଆସର

ସାଧନା ସାହିତ୍ୟ ଏକାଡେମୀର ପଥପ୍ରାନ୍ତ ସାହିତ୍ୟ ଆସର

44

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟ ହିଁ ଜୀବନର ମାନଦଣ୍ଡ । ସାଧାରଣ, ହିତାହିତ ଓ ତତ୍ତ୍ୱବତ୍ୱ ଜ୍ଞାନକୁ ସାହିତ୍ୟ କୁହାଯାଏ । ଯାହା ଅନ୍ୟର ହିତ ସାଧନ କରେ, ତାହା ହିଁ ସାହିତ୍ୟ । ସାହିତ୍ୟ ସର୍ବଦା ଅନ୍ୟର ମଙ୍ଗଳ କରିବା ସହିତ ବସୁନ୍ଧେବ କୁଟୁମ୍ବକମ୍‌କୁ ସଫଳ କରିଥାଏ । ଏହାରି ମାଧ୍ୟମରେ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି ହୋଇଥାଏ । ଗାନ୍ଧିଜୀଙ୍କ ମତରେ ଗୋଟିଏ ଜାତିକୁ ଜାଣିବାକୁ ହେଲେ ପ୍ରଥମେ ତାର ଭାଷାକୁ ଜାଣିବା ଉଚିତ୍ । ଏହା ସତ୍ୟ ଯେ ସାହିତ୍ୟ ମାଧ୍ୟମରେ ଭାଷା, ସଂସ୍କୃତି ଓ ପରମ୍ପରାର ପରିପ୍ରକାଶ ହୋଇଥାଏ । ଏହି ନୀତି, ନିୟମ ଓ ଆଦର୍ଶକୁ ପାଥେୟ କରି ସାଧନା ସାହିତ୍ୟ ଏକାଡେମୀର ସ୍ଥାୟୀ ସଭାପତି ସାହିତ୍ୟ ମନସ୍କ ବିଷ୍ଣୁ ସେଠୀଙ୍କ ପ୍ରଚେଷ୍ଟାରେ ଆଜି ଭଦ୍ରକ ଉପକଣ୍ଠସ୍ଥ ନରିପୁର-ଅସ୍ଥଳ ଛକ ନିକଟରେ ଭଦ୍ରକର ବରିଷ୍ଠ ସାରସ୍ୱତ ସାଧନମାନଙ୍କୁ ନେଇ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି ସ୍ୱତନ୍ତ୍ର ଆସରରେ ଯୋଗଦେଇ ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର, କଳିଙ୍ଗ ରତ୍ନ ପଣ୍ଡିତ ଦୈତ୍ୟାରି ମହାପାତ୍ର, କବି ଦିବ୍ୟସିଂହ ଦାସ ଅଧିକାରୀ, କବି କିଶୋର ପାଣିଗ୍ରାହୀ, ପ୍ରାକ୍ତନ ଅଧ୍ୟକ୍ଷ ଅବନୀ ପ୍ରଧାନ, ଗାଳ୍ପିକା କବୟିତ୍ରୀ ଗୀତାରାଣୀ ଆଇଚ, ଶିକ୍ଷାବିତ୍ ରାଜକିଶୋର ସାହୁ, ନାଟ୍ୟ ନିର୍ଦ୍ଦେଶକ ତଥା ସଂଗୀତଜ୍ଞ ନାଟ୍ୟଶ୍ରୀ ନିର୍ମଳ ରାଉତ, କଳା ଗୌରବ ଚୂଡାମଣି ଦାସ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଶିକ୍ଷା ସଂଯୋଜିକା ରଶ୍ମିତା ଦାସ, ଅଧ୍ୟାପକ ଅମରେନ୍ଦ୍ର ପଣ୍ଡା, କବି ଅକ୍ଷୟ କୁମାର ଜେନା, ଶିକ୍ଷାବିତ୍ ରାମଚନ୍ଦ୍ର ସାହୁ, ଶିକ୍ଷା ସଂଯୋଜକ ଶରତ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ସ୍ୱରଚିତ କବିତା ପାଠ କରିବା ସହିତ ଭଦ୍ରକର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଉପରେ ଆଲୋଚନା କରିଥିଲେ । ଭଦ୍ରକ ଉପକଣ୍ଠରେ ଅନୁଷ୍ଠିତ ଏହି ପଥପ୍ରାନ୍ତ ସାହିତ୍ୟ ଆସରକୁ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରିଛନ୍ତି । ଶେଷରେ ଶିକ୍ଷା ସଂଯୋଜକ ତଥା ଆଦର୍ଶ ଶିକ୍ଷକ ସରୋଜ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.