Home ଜିଲ୍ଲା ପରିକ୍ରମା ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘ ତରଫରୁ ରେଳ ଓଭର ବ୍ରିଜ୍ ପ୍ରକଳ୍ପ ସ୍ଥାନାନ୍ତର ଦାବି କରି...

ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘ ତରଫରୁ ରେଳ ଓଭର ବ୍ରିଜ୍ ପ୍ରକଳ୍ପ ସ୍ଥାନାନ୍ତର ଦାବି କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

33

ପୁରୀ ୨୯ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘ ତରଫରୁ ରେଳ ଓଭର ବ୍ରିଜ୍ ପ୍ରକଳ୍ପ ସ୍ଥାନାନ୍ତର ଦାବି କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ପୁରୀ ଜିଲ୍ଲା ସତ୍ୟବାଦୀ ଗୋପାଳଜି ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ବଜାର ପ୍ରରିକ୍ରମା କରି ତହସିଲ ସମ୍ମୁଖରେ ଧାରଣା ଦେଇଛନ୍ତି ବ୍ୟବସାୟୀ ସଂଘ।

ସାକ୍ଷୀଗୋପାଳ ବଜାର ମଧ୍ୟରେ ରେଳଓ୍ଵେ ଓଭର ବ୍ରିଜ ନିର୍ମାଣ କୁ ବିରୋଧ କରି ସତ୍ୟବାଦୀ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଛନ୍ତି ସାକ୍ଷୀଗୋପାଳ ବ୍ୟବସାୟୀ ସଂଘ। ଓଭର ବ୍ରିଜ ନିର୍ମାଣ ଫଳରେ ରାସ୍ତାର ଉଭୟ ପାର୍ଶ୍ବକୁ ଲାଗି ୧୦ ଟି ସାହିକୁ ରାସ୍ତା ଲାଗି ଥିବାରୁ ସେମାନଙ୍କ ଜୀବନ ଯାପନ ପ୍ରଭାବିତ ହେବ। ବଜାର ଉପରେ ନିର୍ଭର କରି ଚଳୁଥିବା ପ୍ରାୟ ୫୦ ଖଣ୍ଡ ଗ୍ରାମର ଅଧିବାସୀ, ୩୦୦ ଚାଷୀ, ଉଠା ଦୋକାନୀଙ୍କୁ ଏକ ହଜାରରୁ ଉର୍ଦ୍ଧ ବ୍ୟବସାୟୀ ନିଜର ବେଉସା ହରାଇବା ସହିତ ଚାଷ ପ୍ରଭାବିତ ହେବ ବୋଲି ଅଭିଯୋଗ କରିଥିବା ବେଳେ ଏହା ଦୈନଦିନ ଲୋକ ମାନଙ୍କର ସମସ୍ୟା ବଢାଇବ ବୋଲି ଅଭିଯୋଗ କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଅନ୍ୟ ସ୍ଥାନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବ୍ୟବସାୟୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.