Home Top News ଓଡ଼ିଶାରେ ଆପ୍‌ ସରକାର ହେଲେ ମାଗଣା ବିଜୁଳି

ଓଡ଼ିଶାରେ ଆପ୍‌ ସରକାର ହେଲେ ମାଗଣା ବିଜୁଳି

57

ପୁରୀ ୨୯ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆମ ଆଦମୀ ପାର୍ଟିର ଓଡିଶା ପ୍ରଭାରୀ ସଂଜୟ ସିଂ ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଆନନ୍ଦ ଅନୁଭବ କରିଥିବା କହିଛନ୍ତି। ଏହି ଅବସର ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ଓଡିଶା ଶାସନ ସ୍ଥିତି ଓ ଆପର ଓଡିଶାରେ ଆଗାମୀ ଦିନରେ କଣ ରହିଛି ଯୋଜନା ସେ ନେଇ ମତ ରଖିଥିଲେ। ଆସନ୍ତା ପଞ୍ଚୟତ ନିର୍ବାଚନରେ ଆପ ଓଡିଶାରେ ନିର୍ବାଚନ ଲଢ଼ିବ ବୋଲି ଆପର ଓଡିଶା ପ୍ରଭାରୀ ସଂଜୟ ସିଂ କହିଛନ୍ତି। ସେ ବିଜେଡି ସରକାରଙ୍କ ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ଯେଉଁ ଭଳି ଭାବେ ସରକାର ଓଡ଼ିଶାରେ ୧୪ ହଜାର ସରକାରୀ ସ୍କୁଲ ବନ୍ଦ କଲେ ତାକୁ ନେଇ ଆପ ପ୍ରଶ୍ନ ଉଠାଇଛି। ଗରିବ ଲୋକଙ୍କ ପିଲାମାନେ ଏହା ଦ୍ବାରା କ୍ଷତିଗ୍ରସ୍ତ ହେବେ ବୋଲି ଆପ କହିଛି। ସେହିପରି ଓଡିଶା ବଳକା ବିଦ୍ୟୁତ ଉତ୍ପାଦନ ରାଜ୍ୟ ହୋଇ ଥିବା ବେଳେ ପ୍ରଥମ ୨ ଶହ ୟୁନିଟ କାହିଁକି ସରକାର ମାଗଣାରେ ଲୋକଙ୍କୁ ଯୋଗାଇ ନାହାନ୍ତି ସେ ନେଇ ସଂଜୟ ସିଂ ପ୍ରଶ୍ନ କରିଛନ୍ତି। ସେହିପରି ଓଡିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବା ବେଳେ ସରକାର କୌଣସି ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ଆପ କହିଛି। ତେବେ ଓଡିଶା ଲୋକ ଚାହିଁଲେ ହିଁ ଆପ ନିର୍ବାଚନ ରେ ଜିତି ପାରିବ। ତେବେ ଆପ କ୍ଷମତା ଆସିଲେ ମାଗଣା ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଦାନ ସହିତ ମହିଳା ଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବ ବୋଲି ଓଡିଶା ଆପ ପ୍ରଭାରୀ ସଂଜୟ ସିଂ ଗଣମାଧ୍ୟମ କୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.