Home ଓଡ଼ିଶା ସାଇମନ୍ଦିର ଦାନବାକ୍ସ ଭାଙ୍ଗି ଲୁଟ କଲେ ଦୁର୍ବୃତ୍ତ

ସାଇମନ୍ଦିର ଦାନବାକ୍ସ ଭାଙ୍ଗି ଲୁଟ କଲେ ଦୁର୍ବୃତ୍ତ

128

କେନ୍ଦୁଝର, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ପୁଣି ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ସିଦ୍ଧମଠ ସ୍ଥିତ ଶିରିଡି ସାଇ ମନ୍ଦିରର ଦାନ ବାକ୍ସ ଓ ଆଲମାରୀ ଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଚୋର ମନ୍ଦିର ଗ୍ରୀଲର ତାଲା ଭାଙ୍ଗି ମନ୍ଦିର ଭିତରେ ପଶି ଦାନ ବାକ୍ସ ଓ ଆଲମାରୀ ଭାଙ୍ଗି ତା ଭିତରେ ଥିବା ସାଇଙ୍କ ରୂପାର ମୁକୁଟ ଓ ହାର ସହ ଏମ୍ପ୍ଲିଫେୟାର ନେଇ ଯାଇଛନ୍ତି। ଆଜି ସକାଳେ ପୂଜକ ଆସି ଦେଖିବା ପରେ ଏହା ଦେଖିବାକୁ ପାଇଥିଲେ। ପରେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.