Home ଓଡ଼ିଶା ସାଇକେଲ୍ ଯୋଗେ ମୁମ୍ବାଇରୁ ରଣପୁର ଫେରିଲେ ୩ ପ୍ରବାସୀ ଓଡିଆ

ସାଇକେଲ୍ ଯୋଗେ ମୁମ୍ବାଇରୁ ରଣପୁର ଫେରିଲେ ୩ ପ୍ରବାସୀ ଓଡିଆ

150

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୦୫-ଏବେବି ପ୍ରବାସୀ ଓଡିଆଙ୍କ ଦୁଃଖ ସରୁନି । ସରକାର ପ୍ରବାସୀ ଓଡିଆ ମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ଟ୍ରେନ, ବସ୍ ଆଦି ବିଭିନ୍ନ ସୁବିଧା କରିଥିଲେ ମଧ୍ୟ କେତେକ ଯାଗାରେ ପ୍ରବାସୀ ଓଡିଆମାନେ  ବସ୍‌, ଟ୍ରେନ୍ ର ସୁବିଧା ନପାଇ ହଇରାଣ ହରକତ ହୋଇ ଓଡିଶା ଫେରୁଥିବା ଜଣା ପଡିଛି । ସେହିଭଳି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ପଟିଆ ଗ୍ରାମର ୩ ଜଣ ଯୁବକ ମୁମ୍ବାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ।

କୋଭିଡ୍‌-୧୯ ଲକ୍‌ଡାଉନ୍ ଯୋଗୁଁ କମ୍ପାନୀ ବନ୍ଦ ହୋଇଯିବା ପରେ ଏହି ୩ ଜଣ ଯୁବକ ବସ୍‌, ଟ୍ରେନ ର ସୁବିଧା ନ ପାଇ ସାଇକେଲ୍ ଯୋଗେ ମୁମ୍ବାଇରୁ ମେ ୧୭ ତାରିଖରୁ ବାହାରି ୨୫ ତାରିଖରେ ରଣପୁର ରେ ପହଁଚିଥିବା ଜଣା ପଡିଛି । ସେହି ୩ ଜଣ ହେଉଛନ୍ତି ପଟିଆ ଗ୍ରାମର ଆକାଶ ନାୟକ, ରିତୁ ମାଝୀ ଓ ଭ୍ରମର ବେହେରା । ଏହି ୩ ଜଣ ପ୍ରବାସୀ ଓଡିଆଙ୍କୁ ଚମ୍ପାପେଡି ସଙ୍ଗ ନିରୋଧ କେନ୍ଦ୍ରରେ ରଖାଯାଇଥିବା ପଟିଆ ସରପଂଚ ପ୍ରଭାତ କୁମାର ସାହୁ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.