Home ଜିଲ୍ଲା ପରିକ୍ରମା ସାଂସ୍କୃତିକ ସମ୍ବଳ ପ୍ରଶିକ୍ଷଣ ଶିବୀର,ବର୍ଜ୍ୟବସ୍ତୁ କୁ ନେଇ ଶିକ୍ଷକ ଶିକ୍ଷୟତ୍ରୀ ପ୍ରସ୍ତୁତ କଲେ ମଧୂବନକଳିକା

ସାଂସ୍କୃତିକ ସମ୍ବଳ ପ୍ରଶିକ୍ଷଣ ଶିବୀର,ବର୍ଜ୍ୟବସ୍ତୁ କୁ ନେଇ ଶିକ୍ଷକ ଶିକ୍ଷୟତ୍ରୀ ପ୍ରସ୍ତୁତ କଲେ ମଧୂବନକଳିକା

24

ମାଲକାନଗିରି,୧୦ା୨(ଓଡିଆ ପୁଅ ) ସାଂସ୍କୃତିକ ସମ୍ବଳ ଓ ପ୍ରଶିକ୍ଷଣ କେନ୍ଦ୍ର ନୂଆ ଦିଲ୍ଲୀ ଆନୁକୁଲ୍ୟରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସୋମନାଥପୁର ଆଚଂଳିକ ସାଧନ କେନ୍ଦ୍ର ପକ୍ଷରୁ ଏମଭି୩୮ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ଦିନିକିଆ ପ୍ରଶିକ୍ଷଣ ଶିବୀର ଅନୁଷ୍ଟିତ ହୋଇଯାଇଛି । ବିଭିନ୍ନ ବର୍ଜ୍ୟବସ୍ତୁକୁ ନେଇ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ନାନା ପ୍ରକାର ଫୁଲ, ଫଳ,ପାଠ୍ୟ ଉପକରଣ,ପିଲାମାନଙ୍କ ଖେଳନା ଓ ଚିତ୍ର ସହ ମଧୂବନ କଳିକା ପ୍ରସ୍ତୁତ କରିଛନ୍ତି । ଆଜି ଏମଭି୩୮ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆପନାମାଳା ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଜଂନ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଂସ୍କୃତିକ ସମ୍ବଳ ପ୍ରଶିକ୍ଷଣ ଶିବୀରରେ ମୁଖ୍ୟଅତିଥି ଭାବେ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷାଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ,ମୁଖ୍ୟବକ୍ତାଭାବେ ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ,ସମ୍ମାନିତ ଅତଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଅଜଂନଚୌଧୁରୀ,କୃପାସିନ୍ଧୁ ଆମ୍ବାଗୁଡିଆ,ହେମନ୍ତ ନାୟକ ଓ ଅନ୍ୟତମ ଅତିଥି ଭାବେ ସିଆରସିସି ନିତାଇ କୁମାର ରାୟ,ପ୍ରଧାନଶିକ୍ଷକ ଦିଲ୍ଲୀପକୁମାର ଓଝା,ଗଜେନ୍ଦ୍ର ମଲ୍ଲିକ,ବିଜୟକୁମାର ଦାସ ଯୋଗଦେଇଥିଲେ । ଆଦିବାସୀ ଅଧ୍ୟୁଷିତ ମାଲାକନଗିରି ଜିଲ୍ଲାରେ ଶିକ୍ଷାର ହାର କମ ଥିବା ବେଳେ କେନ୍ଦ୍ର ସରକାରଙ୍କ ସାଂସ୍କୃତିକ ସମ୍ବଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ସହୟାତା କରିବା ସହିତ ବିଦ୍ୟାଳୟକୁ ଆସୁ ନଥିବା ପିଲାମାନଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ଆକର୍ଷିତ କରିବ । ଫିଙ୍ଗା ଫୋପଡା ହେଉଥିବା ବିଭିନ୍ନ ବର୍ଜ୍ୟବସ୍ତୁକୁ ନେଇ ଗୋଲାପ ଫୁଲ, ବ୍ୟାଗ,ରଙ୍ଗୋଲି,ମଧୂବନ କଳିକା,ନାନାପ୍ରକାର ଫୁଲ,ଫୁଲଦାନୀ, ନାନା ପ୍ରକାର ଚାରୁକଳା ପ୍ରସ୍ତୁତି ସହ ଏହା ଦ୍ୱାରା ବର୍ଜ୍ୟବସ୍ତୁର ସୁପରିଚାଳନା ହୋଇପାରିଛି ବୋଲି ମଚାଂଶିନ ଅତିଥି ମାନେ କହିଥିଲେ । ଏମଭି୩୮ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାହାସବିହାରୀ ପାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ପ୍ରଶିକ୍ଷଣ ଶିବୀରରେ ୫୫ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇ ବର୍ଜ୍ୟସ୍ତୁରେ ନାନାପ୍ରକାର ଫୁଲ,ପାଠ୍ୟଉପକରଣ,ଚିତ୍ର,ରଙ୍ଗୋଳି ଓ ଖେଳନା ପ୍ରସ୍ତୁତ କରିଥିଲେ । ସ୍କୁଲ ଖୋଲିବା ପରେ ପରବର୍ତି ସମୟରେ ତାଲିମ ନେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ନିଜ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ବର୍ଜ୍ୟବସ୍ତୁ ମାଧ୍ୟମରେ ସାଂସ୍କୃତିକ ସମ୍ବଳ ପ୍ରଶିକ୍ଷଣ ଦେବେ, ଏହା ଦ୍ୱାରା ଡ୍ରପଆଉଟ ସଂଖ୍ୟା କମିବା ସହିତ ବିଦ୍ୟାଳୟକୁ ଛାତ୍ର ଛାତ୍ରୀ ମାନେ ଆକୃଷ୍ଠ ହୋଇ ଆସିବେ ବୋଲି ବ୍ଲକ ଶିକ୍ଷାଅଧିକାରୀ ଗାୟତ୍ରୀ ଦେବୀ କହିଛନ୍ତି । ଏହି କାର୍ଯ୍ୟକ୍ରମ ଆରମ୍ଭ ପୁବ ର୍ରୁ କୁଡୁମୁଲୁଗୁମ୍ମା ବ୍ଲକ ସୋମନାଥପୁର ଆଚଂଳିକ ସାଧନ କେନ୍ଦ୍ର ପକ୍ଷରୁ ନୂତନ ଗୋଷ୍ଠି ଶିକ୍ଷାଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀଙ୍କୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍ୱାଗତ ସମ୍ବର୍ଦ୍ଦନା ଜଣାଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.