Home ଜିଲ୍ଲା ପରିକ୍ରମା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ଦେବା ପାଇଁ ମଞ୍ଚ କଳାକାରଙ୍କ ଦାବି

ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ଦେବା ପାଇଁ ମଞ୍ଚ କଳାକାରଙ୍କ ଦାବି

46

ପୁରୀ ୮/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ କରୋନା କଟକଣା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ଦେବାକୁ ମଞ୍ଚ କଳାକାର ମାନେ ଦାବି କରିଛନ୍ତି। ପୁରୀ ସହରର ୧୬ଟି ନୃତ୍ୟ, ସଂଗୀତ ଓ ନାଟ୍ୟ ସଂସ୍ଥା ପକ୍ଷରୁ ଏ ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ମାର୍ଚ୍ଚ ମାସରୁ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ଥିବାରୁ ପୁରୀ ଜିଲ୍ଲାର ଶହ ଶହ କଳାକାର ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ରାଜ୍ୟ ସରକାର ଅନେକ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବାବେଳେ କଳାକାର ମାନେ ସେଥିରୁ ବଞ୍ଚିତ ହୋଇଛନ୍ତି। ଅଭାବ ଅନଟନ ଦେଇ ଗତି କରୁଥିବା କଳାକାର ମାନେ ରାସ୍ତା ଉପରେ ବିଭିନ୍ନ ବେପାର କରିବା ସହ ଦିନ ମଜୁରିଅ।। ଭାବେ କାର୍ଯ୍ୟ କରୁଛନ୍ତି। ସରକାର ହୋଟେଲ, ବସ, ଟ୍ରେନ, ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଅନୁମତି ନ ଦେବା ଦୁର୍ଭାଗ୍ୟ ଜନକ ବୋଲି କଳାକାର ମାନେ କହିଛନ୍ତି। ତେଣୁ ରାଗ୍ୟ ସରକାର କରୋନା କଟକଣା ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଅନୁମତି ନ ଦେଲେ ଅନେକ କଳାକାର ଆତ୍ମହତ୍ୟା କରିବେ ବୋଲି ସଂଘ ଚେତାବନୀ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.