Home କୋରାପୁଟ ସହୀଦଙ୍କ ଜନ୍ମମାଟିରେ ତିରୋଧାନ ଦିବସ ପାଳିତ,ତେନ୍ତୁଲିଗୁମ୍ମା ପଂଚାୟତର ବିକାଶ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ

ସହୀଦଙ୍କ ଜନ୍ମମାଟିରେ ତିରୋଧାନ ଦିବସ ପାଳିତ,ତେନ୍ତୁଲିଗୁମ୍ମା ପଂଚାୟତର ବିକାଶ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ

69

କୋରାପୁଟ  ୨୯-୦୩(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀଙ୍କ ସହାୟତାରେ ସହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଲିଗୁମ୍ମାଠାରେ ୭୮ ତମ  ତିରୋଧାନ ଦିବସ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ମୁଖ୍ୟ ଅତିଥିଭାବେ ଯୋଗଦେଇ ସହୀଦଙ୍କ ପ୍ରତରିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ ।ବୈପାରୀଗୁଡା ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ,ଉପାଧ୍ୟକ୍ଷ  ତ୍ରିଲୋଚନ ଜେନା ,ସରପଂଚ ବୁଦ୍ରା ନାୟକ , ଜୟପୁର ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗୋପୀନାଥ ସାରକା ,ବିଡିଓ ଅଭିମନ୍ୟୁକବି ଶତପଥି , ତହସିଲଦାର କୈଳାସ ଚନ୍ଦ୍ର ତ୍ରୀପାଠୀ , ଗ୍ରାମବାସୀ ଓ ସହୀଦ ଲକ୍ଷ୍ମଣ ନାୟକ ଯୁବ ସେନାର ସଦସ୍ୟମାନେ  ବୈଠକରେ ଉପସ୍ଥିତ ଥିଲେ ।ସହୀଦଙ୍କ ଜୟନ୍ତୀ ଓ ତିରୋଧାନ ଦିବସ  ଗ୍ରାମବାସୀମାନେ ନିଜ ହାତରୁ ଖର୍ଚ୍ଚ କରି ପାଳନ କରୁଥିବା ଅଭିଯୋଗ କରିଥିବା ବେଳେ ଏହାକୁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ଆର୍ଥିକ ସହାୟତା ପ୍ରଦାନ କରି ପାଳନ କରିବାକୁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ।ସହୀଦ ଲକ୍ଷ୍ମଣ ନାୟକ ଯୁବ ସେନା ତରଫରୁ ୧୨ ଦଫା ଦାବି ସମ୍ବଲିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।ତେନ୍ତୁଲିଗୁମ୍ମା ପଂଚାୟତର ବିକାଶ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି କରିବା ସହ  ଦଣ୍ଡାବାଡିଠାରୁ ତେନ୍ତୁଲିଗୁମ୍ମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ସାବେରୀ ନଦୀରେ ବ୍ରିଜ ନିର୍ମାଣ ,ତେନ୍ତୁଲିଗୁମ୍ମାରେ ଏକ ଉପସ୍ୱାସ୍ଥ୍ୟ କେନ୍ଦ୍ର  ଓ ମୋବାଇଲ ଟାଓାର ସ୍ଥାପନ ,କୋରାପୁଟ ସଦର ମହକୁମାରୁ ତେନ୍ତୁଲିଗୁମ୍ମାକୁ ସରକାରୀ ବସ ସେବା ,ପଂଚାୟତର ସମସ୍ତ ଗ୍ରାମକୁ ବିଦ୍ୟୁତ ସଂଯୋଗୀକରଣ କରିବା ,ମାଥିଲି ଗୁଳିକାଣ୍ଡରେ ସହୀଦ ହୋଇଥିବା ସମସ୍ତ ପରିବାରଙ୍କୁ  ସ୍ୱାଧୀନତା ସଂଗ୍ରାମୀ ଭତା ପ୍ରଦାନ କରିବା ପ୍ରମୁଖ ଦାବି ରହିଥିଲା ।ଦାବି ପ୍ରଦାନ ବେଳେ କେଶବ ଖିଲ ,ସନିଆ ଶୁକ୍ରୀ ,ଧନପତି ନାୟକ ,ଜଗନ୍ନାଥ ନାୟକ ,ଭକ୍ତରାମ ମାଝି ,କାମାକ୍ଷା ପ୍ରସାଦ ମାଝି ,ଭୀମସେନ ହରିଜନ , ଧନେଶ୍ୱର ମାଛରିଆ ଓ ପିଂଟୁ  ଚେଟ୍ଟି ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.