Home ଓଡ଼ିଶା ସହିଦ ଯବାନଙ୍କୁ ଶ୍ରଦ୍ଧାଜଂଳି,ଚୀନ ରାଷ୍ଟ୍ରପତିଙ୍କ କୁଶପୁତଳିକା ଦାହ

ସହିଦ ଯବାନଙ୍କୁ ଶ୍ରଦ୍ଧାଜଂଳି,ଚୀନ ରାଷ୍ଟ୍ରପତିଙ୍କ କୁଶପୁତଳିକା ଦାହ

186

ମାଲକାନଗିରି,୧୯ା୬(ଓଡିଆ ପୁଅ ) ଚାଇନା ସୀମାରେ ସହିଦ ହୋଥିବା ୨୦ଭାରତୀୟ ଯବାନଙ୍କୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନସ୍ଥାନରେ ଭକ୍ତିପୂତ ଶ୍ରଦ୍ଧାଜଂଳି ଜଣାଇବା ସହିତ ଚୀନ ରଷ୍ଟ୍ରପତି ଙ୍କ କୁଶପୁତଳିକା ଦାହ କରାଯାଇଛି । ଗୁରୁବାର ରାତ୍ରରେ ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଡିଏନକେ ଛକ ନିକଟରେ ଜୟ ମାଲକାନଗିରି ଗୃପର ଯୁବଗୋଷ୍ଠି,ସୁବାସ ବୋଷ ଛକନିକଟରେ ଟିମ ଉଇକ୍ୟାନ ଓ ଅନ୍ୟାନ ସଂଗଠନ ର ଆହ୍ୱାନ କ୍ରମେ ସହିଦ ଯବାନଙ୍କ ପାଇଁ କ୍ୟାଣ୍ଡଲ ଜାଳି ଶ୍ରଦ୍ଧାଜଂଳି ଜଣାଇ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ,ତହସିଲଦାର ଗୁଣନିଧି ନାୟକ,ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ, ଆଇନଜୀବୀ ଦୀଲିପପରିଚ୍ଛା,ରାମପ୍ରସାଦ ପଟନାୟକ,ସବଇନିସପେକ୍ଟର ଶୁଭଶ୍ରୀନାୟକ,ଗୁପ୍ତପ୍ରସାଦା ମାଝି,ହାବିଲଦାର ଓ କନେଷ୍ଟବଳ ସଂଘର ଗୋବିନ୍ଦମ ରବି,ଜୟ ମାଲକାନଗିରି ଗୃପର ରବିରାଜେସ,ବସନ୍ତ ନାୟକ,ବିନାଶ କୁମାର ମିଶ୍ର,ରଜଂନନାୟକ, ରଶ୍ମିରଂଜନ ପରିଡା,ଅନୁପ ସୁନାନୀ,ଶଙ୍କର ପାଣିଗ୍ରାହୀ,ଜଗଦିସ ନାୟକ,କେ.ଦେଶି ରାଜୁ ଆଚାରୀ,ଟିମଉଇକ୍ୟାନ ର ସୁନିଲସୋମାନି, ସୁଧିର ଜୈନ, ଜଗବନ୍ଧୁ ପଡିଆରୀ,ସୁଜିତକୁମାର ପାଣିଗ୍ରାହୀ ପ୍ରମୁଖଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି, ସହରବାସୀ ଉପସ୍ଥିତ ରହି ସହିଦ ଯବାନମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପପ୍ରଜ୍ୱଳନ କରି ଶ୍ରଦ୍ଧାଜଂଳି ଜଣାଇଥିଲେ ଓ ଚୀନରଷ୍ଟ୍ରପତି କିଙ୍ଗପିଙ୍ଗ ଙ୍କ କୁଶପୁତଳିକା ଦାହ କରି ଚୀନରେ ନିର୍ମତି ସମସ୍ତ ସାମଗ୍ରୀକୁ ବର୍ଜନ କରିବା ପାଇଁ ସପଥ ନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.