Home ଓଡ଼ିଶା ସହିଦଙ୍କୁ ଅସମ୍ମାନ : ବିଜେଡି ସଭାପତି ତୁରନ୍ତ କ୍ଷମା ମାଗନ୍ତୁ : ବିଜେପି

ସହିଦଙ୍କୁ ଅସମ୍ମାନ : ବିଜେଡି ସଭାପତି ତୁରନ୍ତ କ୍ଷମା ମାଗନ୍ତୁ : ବିଜେପି

131

ସହିଦ ଓଡିଆ ଯବାନ ଅଜିତ୍ କୁମାର ସାହୁଙ୍କ ପାର୍ଥୀବ ଶରୀର ଉପରେ ବିଜେଡିର ଦଳୀୟ ପତାକା ଘୋଡାଇ ସହିଦଙ୍କୁ ଅସମ୍ମାନ କରିବା ପ୍ରସଙ୍ଗ
– ବିଜେଡି ରାଜ୍ୟର ଅମର ବୀର ସୈନିକ ଓ ରାଷ୍ଟ୍ରୀୟ ପତାକାକୁ ଅପମାନିତ କରିଛି
– ବିଜେଡି ଦେଶର ଗୌରବକୁ ସବୁ ସମୟରେ ଅସମ୍ମାନିତ କରିଆସିଛି
– ଓଡିଆ ଯବାନ ମନୋଜ ବେହେରାଙ୍କ ଦାଦାଙ୍କୁ ବିଜେଡିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଧକ୍କା ଦେବା ସହ ଅପମାନିତ କରିଥିଲେ

ଭୁବନେଶ୍ୱର, ୨୦/୦୬ (ଓଡ଼ିଆ ପୁଅ) : ପୁଲୱାମାଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ୍ କୁମାର ସାହୁଙ୍କ ପାର୍ଥୀବ ଶରୀର ଉପରେ ବିଜେଡି ଦଳର ପତାକା ଘୋଡାଇ ସହିଦଙ୍କୁ ଅସମ୍ମାନ କରାଯାଇଛି। ଏହାଦ୍ୱାରା ରାଜ୍ୟର ଅମର ବୀର ସୈନିକ ଓ ରାଷ୍ଟ୍ରୀୟ ପତାକାକୁ ଅପମାନିତ କରାଯାଇଛି। କେବଳ ଓଡିଶା ନୁହେଁ ସାରା ଭାରତ ପାଇଁ ଏହା ଘୋର ଅପମାନ। ତ୍ରିରଙ୍ଗା ପତାକା ଉପରେ ବିଜେଡି ଦଳର ପତାକା ପକାଇ ରାଜନୈତିକ ଫାଇଦା ଉଠାଇବା ପାଇଁ ହୀନ ଚକ୍ରାନ୍ତ କରିଥିବା ଶାସକ ବିଜେଡିର ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ପୂର୍ବତନ ସୈନିକ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ କର୍ଣ୍ଣେଲ ବିରେନ୍ଦ୍ର କୁମାର ବସ୍ତିଆ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।

କର୍ଣ୍ଣେଲ ବସ୍ତିଆ କହିଛନ୍ତି ଯେ, ଗତକାଲି ସହିଦ ଯବାନଙ୍କ ପ୍ରାର୍ଥୀବ ଶରୀର ଭୁବନେଶ୍ୱରର ୧୨୦ ବାଟାଲିଅନ୍ ଟେରିଟୋରିରେ ପହଂଚିବା ପରେ ମହାମହିମ ରାଜ୍ୟାପାଳ ରାଷ୍ଟ୍ରୀୟ ମର୍ଯ୍ୟଦା ପ୍ରଦାନ କରିଥିଲେ। ପରେ ଆମ୍ବୁଲାନସ୍ ଦ୍ୱାରା ତାଙ୍କର ପାର୍ଥୀବ ମରଶରୀରକୁ ଢେଙ୍କାନାଳର କାମାକ୍ଷାନଗର ବ୍ଲକ୍ ବଡଶୁଆଁଳକୁ ନିଆଯାଇଥିଲା। ରାସ୍ତାର ବିଭିନ୍ନ ସ୍ଥାନରେ ସାଧାରଣ ଜନତା, ବିଭିନ୍ନ ରାଜନୈତିକ ଦଳ, ସାମାଜିକ ଅନୁଷ୍ଠାନ ଏବଂ ପ୍ରଶାସନ ତରଫରୁ ଶହୀଦ୍ ଅଜିତ୍ କୁମାର ସାହୁଙ୍କ ପାର୍ଥୀବ ଶରୀରକୁ ସମ୍ମାନୀତ କରାଯାଇଥିଲା। ଶହିଦ ଅଜିତ ସାହୁଙ୍କ ମରଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ରାଷ୍ଟ୍ରୀୟ ପତାକା ତ୍ରିରଙ୍ଗା ତାଙ୍କ ମରଶରୀର ଉପରେ ରଖାଯାଇ ସମ୍ମାନୀତ କରାଯାଇ ଥିବାବେଳେ ରାସ୍ତାରେ ବିଜୁ ଜନତା ଦଳର କର୍ମୀମାନେ ତାଙ୍କ ମରଶରୀର ଉପରେ ପଡିଥିବା ରାଷ୍ଟ୍ରୀୟ ପତାକାକୁ ଲୁଚାଇ ଦେଇ ଦଳୀୟ ପତାକାକୁ ଏହା ଉପରେ ଘୋଡାଇ ଦେଇଥିଲେ। ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ପରିତାପର ବିଷୟ ବୋଲି କର୍ଣ୍ଣେଲ ବସ୍ତିଆ କହିଛନ୍ତି।

ବିଜେଡି ଦେଶର ଗୌରବକୁ ସବୁ ସମୟରେ ଅସମ୍ମାନିତ କରିଆସିଛି। ପୂର୍ବରୁ ପୁଲୱାମାଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡିଆ ଯବାନ ମନୋଜ ବେହେରାଙ୍କ ଦାଦାଙ୍କୁ ବିଜେଡିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଧକ୍କା ଦେବା ସହ ଅପମାନିତ କରିଥିଲେ। ଏବେ ପୁଣି ଥରେ ସହିଦଙ୍କ ମର ଶରୀର ଉପରେ ଦଳୀୟ ପତାକା ପକାଇ ପୁଣି ଥରେ ଅସମ୍ମାନିତ କରାଯାଇଛି। ଏଭଳି ନିନ୍ଦନୀୟ ଘଟଣା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ତୁରନ୍ତ ନିସର୍ତଃ କ୍ଷମା ପ୍ରାର୍ଥନା କରିବା ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହା ସହ ଏଭଳି ହୀନ ଘଟାଣାର ପୁନରାବୃତିକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କର୍ଣ୍ଣେଲ ବସ୍ତିଆ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, କର୍ଣ୍ଣେଲ ଅନନ୍ତ ଚରଣ ବେହେରା, କର୍ଣ୍ଣେଲ ଭାଗବ ରାୟଜିତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.