Home ଜିଲ୍ଲା ପରିକ୍ରମା ସହରାଞ୍ଚଳ ଥାନା ପକ୍ଷରୁ ୪ ପେଟି ଆସ୍କା ଫଟି ଓ ୫୦ ଲିଟର ଦେଶୀ ମଦ...

ସହରାଞ୍ଚଳ ଥାନା ପକ୍ଷରୁ ୪ ପେଟି ଆସ୍କା ଫଟି ଓ ୫୦ ଲିଟର ଦେଶୀ ମଦ ଜବତ

120

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ୪ ପେଟି ଆସ୍କା ଫଟି ସହ ୫୦ ଲିଟର ଦେଶୀ ମଦ ଜବତ କରିଛି ଭଦ୍ରକ ସହରାଞ୍ଚଳ ପୁଲିସ୍ । ଏବଂ ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରାପ୍ତ ଖବର ମୂଳେ ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ଚରମ୍ପା କେନାଲବନ୍ଧ ନିକଟରେ ୩ ଜଣ ବ୍ୟକ୍ତି ଏକ ଘରେ କିଛିଦିନ ହେବ ଦେଶୀ ମଦ ସହ ଆସ୍କା ଫଟି ମଦ ରଖି ଚୋରାରେ ବ୍ୟବସାୟ କରିଆସୁଥିଲେ । କୌଣସି ସୂତ୍ରରୁ ଖବର ପାଇ ସହରାଞ୍ଚଳ ଥାନା ପୁଲିସ୍ ଆଜି ଉକ୍ତ ଘର ଉପରେ ଚଢାଉ କରିଥିଲା । ଚଢାଉ ସମୟରେ ସେଠାରୁ ୪ ପେଟି ଆସ୍କା ଫଟି ସହ ୫୦ ଲିଟର ଦେଶୀ ମଦ ଜବତ କରି ଏଥିରେ ସଂପୃକ୍ତ ଅମର ହାଁସଦା, ଜିତେନ୍ଦ୍ର କୁମାର ଓ ଗୋଲଡେନ କୁମାରଙ୍କୁ ଗିରଫ କରି ଅଧିକ ଅନୁସନ୍ଧାନ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.