Home ଜିଲ୍ଲା ପରିକ୍ରମା ସହରର ମୁଖ୍ୟ ରାସ୍ତାପାର୍ଶ୍ୱ ପାନୀୟ ଜଳ ଷ୍ଟାଣ୍ଡ ପୋଷ୍ଟ ପ୍ରତିଷ୍ଠା ଦାବି

ସହରର ମୁଖ୍ୟ ରାସ୍ତାପାର୍ଶ୍ୱ ପାନୀୟ ଜଳ ଷ୍ଟାଣ୍ଡ ପୋଷ୍ଟ ପ୍ରତିଷ୍ଠା ଦାବି

14

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ମଧ୍ୟେରେ ଥିବା ମୁଖ୍ୟ ରାସ୍ତା ପାଶ୍ୱର୍ରେ ପାନୀୟ ଜଳ ଷ୍ଟାଣ୍ଡ ପୋଷ୍ଟ ପ୍ରତିଷ୍ଠା ପାଇଁ ଦାବି କରିଛି ନଗର ଯୁବ କେଂଗ୍ରେସ। ଏହି ମର୍ମରେ ଭଦ୍ରକ ନନଗର ଯୁବ କଂଗ୍ରେସ ସଭାପତି ସେକ୍ ଫୈଜାନ ଅଲ୍ଲୀ ଏକ ଦାବିପତ୍ର ଜନ ସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଆଜି ପ୍ରଦାନ କରିଛି। ଫୈଜାନଙ୍କ ଦାବିପତ୍ର ଅନୁଯାୟୀ ଭଦ୍ରକ ଜିଲ୍ଲାର ସଦର ହମକୁମା ହୋଇଥିବାରୁ ବିଭିନ୍ନ କାର୍ଯ୍ୟ ସକାଶେ ସହରକୁ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରର ଲୋକ ଯିବା ଆସିବା କରିଥାନ୍ତି। ଏହାବ୍ୟତୀତ ନିକଟବର୍ତ୍ତୀ ୪ଟି ଜିଲ୍ଲାର ଲୋକମାନେ ମଧ୍ୟ ଆସିଥାନ୍ତି। କିନ୍ତୁ ପାନୀୟ ଜଳ ପାଇବା ପାଇଁ ସେମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇ ଚାଲିଛନ୍ତି। ପୂର୍ବରୁ ପାନୀୟ ଜଳ କଷ୍ଟ ଲାଘବ କରିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାସ୍ତା ପାଶ୍ୱର୍ରେ ପାନୀୟ ଜଳ ଷ୍ଟାଣ୍ଡ ପୋଷ୍ଟ ରହିଥିଲା। କିନ୍ତୁ ଇତିମଧ୍ୟରେ ସେଥି ମଧ୍ୟରୁ ଅଧିକାଂଶ ଅଚଳ ଅବସ୍ଥାରେ ପଡ଼ି ରହିଛି। ତେଣୁ ଲକ୍ଷାଧିକ ଲୋକଙ୍କର ଜରୁରୀକାଳୀନ ସ୍ୱାଥଁ ପାଇଁ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମହତାବ ଛକ ଠାରୁ ଚରମ୍ପା ବଜାର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଉଭୟ ପାଶ୍ୱର୍ରେ ୨ଶହ ମିଟର ବ୍ୟବଧାନରେ ଗୋଟିଏ ଲେଖାଏଁ ଷ୍ଟାଣ୍ଡ ପୋଷ୍ଟର ଆବ୍ୟାକତା ରହିଛି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥି ନିମନ୍ତେ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତ। ଯଦି ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଯାଏ, ତେବେ ଭଦ୍ରକ ନଗର ଯୁବ କଂଗ୍ରେସ ଓ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଫୈଜାନ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଇଲ୍ଲୀୟାସ ଅଲ୍ଲୀ ଖାନ, କଂଗ୍ରେସ ଦଳିତ ମୋର୍ଚ୍ଚାର ଅଧ୍ୟକ୍ଷ ରଂଜନ ଜେନା, ମଧୁସୂଦନ ସାହୁ, ଶଶିକାନ୍ତ ଜେନା, ବବୁଲୁ ଦାସ, ସେକ ସଲିମ, ସହିଦ କାଦ୍ରୀ, ଜାଭେଦ ଖାନ, ସାହାୱାଜ ଖାନ, ନଜରୁଲ ହୋଦା, ସେକ ପରଭେଜ, ନୟିମ ଖାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.