Home ଜିଲ୍ଲା ପରିକ୍ରମା ଟେଲିକମ୍ ଓ ସାଇବର ଅପରାଧ ନିରାକରଣ ନେଇ ଗ୍ରାହକ ସଚେତନତା କର୍ମଶାଳା

ଟେଲିକମ୍ ଓ ସାଇବର ଅପରାଧ ନିରାକରଣ ନେଇ ଗ୍ରାହକ ସଚେତନତା କର୍ମଶାଳା

29

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ଼ ଦ୍ୱାରା ସ୍ଥାନୀୟ ସଂସ୍କୃତି ଭବନରେ ଟେଲିକମ୍ ଗ୍ରାହକ ସଚେତନତା ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ, ଭଦ୍ରକ ଶାନ୍ତନୁ କୁମାର ମହାନ୍ତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦ୍‌ଘାଟନ କରିଥିଲେ। ଡିଜିଟାଲ ସାକ୍ଷରତା ଓ ଇ-ସେବାର ଗୁରୁତ୍ୱ ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ କିପରି ଜରୁରୀ ହୋଇପଡ଼ିଛି ଏବଂ ଏପରି ସଚେତନତା କର୍ମଶାଳା କିପରି ଉପଯୋଗୀ ସେ ସମ୍ବଦ୍ଧରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ରିସୋର୍ସ ପର୍ସନ ଭାବେ ଟେଲି କମ୍ୟୁନିକେସନ୍ ବିଭାଗର ପାଣ୍ଡେ ବିଜୟ ଭୂଷଣ ପ୍ରସାଦ, ଭାରତୀୟ ଦୂର ସଂଚାର ନିଗମର ଏ.ଜି.ଏମ୍‌. କୈଳାସ ଚନ୍ଦ୍ର ବେହେରା ଏଥିରେ ଯୋଗ ଦେଇ ମତାମତ ରଖିଥିଲେ। ଶ୍ରୀ ପାଣ୍ଡେ କର୍ମଶାଳାର ଆଭିମୁଖ୍ୟ ସହ ଗୁଣାତ୍ମକ ସେବା ପ୍ରଦାନରେ ଟେଲିକମ୍ କମ୍ପାନୀ ମାନଙ୍କ ଅସାମର୍ଥ୍ୟତା, ଗ୍ରାହକ ଅଧିକ ସଂଖ୍ୟା ଦୌଡ଼ରେ ଥିବା ଚକର ଯୋଗୁଁ ଗ୍ରାହକ ଶୋଷଣ ଘଟଣା, ନେଟ୍ ସେବା ପ୍ରଦାନରେ ଅନିୟମିତତା ଆଦି ଅଭିଯୋଗ ଆଧାରରେ ଆଲୋଚନା କରାଯାଇଥିଲା। ସାଇବର ଅପରାଧ ନେଇ ଗ୍ରାହକ ମାନଙ୍କ ସାବଧାନତା ସମ୍ବନ୍ଧରେ ସୂଚାଇ ଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜକ ବାର୍ଡ଼ର କର୍ମକର୍ତ୍ତା ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.