Home ଓଡ଼ିଶା ସହରରେ ପନିପରିବା ଦର ଆକାଶ ଛୁଆଁ ଖାଉଟି ଦର

ସହରରେ ପନିପରିବା ଦର ଆକାଶ ଛୁଆଁ ଖାଉଟି ଦର

139

ପୁରୀ ୨୭-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହରରେ ବର୍ତ୍ତମାନ ପନିପପରିବା ଦର ଆକାଶ ଛୁଆଁ ହୋଇଥିବା ଯୋଗୁଁ ସାଧାରଣ ଖାଉଟିମାନେ ଚିନ୍ତାରେ ପଡିଛନ୍ତି। କୌଣସୀ ପରିବା ୪୦ ଟଙ୍କାରୁ କମ୍ ଦରରେ ନଥିବା ଦେଖାଯାଏ।କେବଳ ଆଳୁ ୩୦ ଓ ପିଆଜ ୨୦ ଟଙ୍କା ଦରରେ ବିକ୍ରି ହୋଇଥିବା ବେଳେ କ୍ୟାପ୍ସିକମ୍ ୮୦ ଟଙ୍କା ଅନ୍ୟାନ୍ୟ ସମସ୍ତ ପନିପରିବା ସଜନା ଛୁଇଁ ସମେତ ସାଗ ଦର ମଧ୍ୟ ବୃଦ୍ଧି ପାଇଛି। ପୁରୀ ସହରର ଏକ ପ୍ରମୁଖ ପରିବା ବଜାର ବଡଶଙ୍ଖ, ସହରର ବିଭିନ୍ନ ସ୍ଥାନରୁ ଲୋକମାନେ ପରିବା କିଣିବା ପାଇଁ ଏହି ବଜାର ଆସିଥାନ୍ତି। କୋରନା କଟକଣା ଲାଗିଥିବାରୁ ସହର ନିକଟବର୍ତ୍ତୀ ଗ୍ରାମ ଗୁଡିକରୁ ପନିପରିବା ନିୟମିତ ଆସିପାରୁନଥିବା ପରିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି। ଯଦ୍ୱାରା ପନିପରିବାର ଦର ବୃଦ୍ଧି ପାଇଛି। ବଡଶଙ୍ଖ ପରିବା ବଜାରକୁ ଶୃଙ୍ଖଳୀତ କରିବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ପରିବା ବ୍ୟବସାୟୀ ମାନଙ୍କୁ ୩ ଧାଡି କରି ବସାଯାଇଛି। ଯଦ୍ୱାରା ପରିବା ବ୍ୟବସାୟୀ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ। ବଜାର କୁ ବାଇକ୍ ଧରି ଆସୁଥିବା ଲୋକମାନଙ୍କ ପାଇଁ ବାଇକ୍ ରଖିବା ପାଇଁ ସ୍ୱତନ୍ତ୍ର ସ୍ଥାନ ନିରୁପଣ କରାଯାଇଛି। କୋରନା ପାଇଁ ଏହି ବଜାର ବ୍ୟତୀତ ପୁରୀ ସହରର ବିଭିନ୍ନ ସାହି ଗଳି ଗୁଡିକରେ ପରିବା ମଧ୍ୟ ବିକ୍ରି ହେଉଥିବା ଦେଖାଯାଏ। ଏତଦ୍ ବ୍ୟତୀତ ଠେଲା ଗାଡିରେ ପରିବା ବିକ୍ରି ହେଉଥିବା ଦେଖାଯାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.