Home ଓଡ଼ିଶା କଣ୍ଟେନ୍‌ମେଣ୍ଟଜୋନ୍ କୁ ବିରୋଦ୍ଧ କରିବାରୁ ଉତ୍ତେଜନା ବୃଦ୍ଧି

କଣ୍ଟେନ୍‌ମେଣ୍ଟଜୋନ୍ କୁ ବିରୋଦ୍ଧ କରିବାରୁ ଉତ୍ତେଜନା ବୃଦ୍ଧି

117

ପୁରୀ ୨୭-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ପେଣ୍ଠକଟା ଅଞ୍ଚଳରେ ଉତେଜନା ଦେଖାଯାଇଛି ପେଣ୍ଠକଟା ଅଞ୍ଚଳରେ କୋରନା ପଜେଟିଭ୍ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ସେ ଅଞ୍ଚଳରେ ଆଟିଂଜେନ୍ ଟେଷ୍ଟ ସମେତ୍ ରାପିଟ୍ ସର୍ଭେ କରାଯାଉଥିବା ଏ-ଏନ୍‌, ଏମ୍ କର୍ମୀଙ୍କୁ ପେଣ୍ଠକଟା ଅଞ୍ଚଳବାସୀ ଏକତ୍ରୀତ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି। ମୁଖ୍ୟତଃ ସେମାନଙ୍କୁ କୋରନା ହୋଇନଥିବା ବେଳେ ସେ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ କରିବା ଏବଂ ଲୋକମାନଙ୍କୁ ହଇରାଣ କରିବା ଅଭିଯୋଗ କରିଛନ୍ତି। ୨ ଦିନ ତଳେ ୪ ଟି ୱାର୍ଡ ର ୧୫ ଟି ସ୍ଥାନରେ ବ୍ଲକିନ୍ କରାଯାଇ ୮ ଦିନ ପାଇଁ କଣ୍ଟେନ୍‌ମେଣ୍ଟ ଜୋନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପେଣ୍ଠକଟା ବସ୍ତି ଅଞ୍ଚଳରେ ଟେଷ୍ଟିଂ କୁ ବୃଦ୍ଧି କରିବା କୁ ସ୍ୱାବ୍‌ ସଂଗ୍ରହ କରିବା କୁ ଆସିଥିବା ଟିମ୍ ଅସହଯୋଗ ଏବଂ ବିରୋଦ୍ଧ ପରେ ପୋଲିସ୍ ପହଚିଂ ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା।କିଛି ଅମାନିଆ ଯୁକ୍ତି ତର୍କ କରିବା ପରେ ଉତେଜନା ପ୍ରକାଶ ପାଇଥିଲା।କଟେନ୍‌ମେଣ୍ଟ ଜୋନ କୁ ଉଲ୍ଲଘନ କରି ବହୁସଂଖ୍ୟାରେ ଏଠାରେ ବସବାସ କରୁଥିବାର ଲୋକେ ରାସ୍ତା ଉପରକୁ ପଳେଇଆସୁଥିଲେ। ବହୁ ବୁଝାସୁଝାପରେ ମଧ୍ୟ ସେମାନେ ନହଟିବାରୁ ପୋଲିସ୍ ମୃଦ୍ୟୁ ଲାଠି ଚାଳନା କରିଥିଲା।ଘଟଣା ସ୍ଥଳରେ ପୁରୀ ଏସ୍‌ପି ଙ୍କ ସହ ଅତିରିକ୍ତ ଏ-ଏସ୍‌ପି ଏବଂ ଦୁଇ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୃତୟନ ହୋଇଥିବା ବେଳେ ପରିସ୍ଥିତି ଶାନ୍ତ ପଡିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.