Home ଜିଲ୍ଲା ପରିକ୍ରମା ସର୍ବ ଭାରତୀୟ କିଶୋର ନାୟକ କ୍ରିକେଟ୍ , ଇଷ୍ଟକୋଷ୍ଟ ବିଶାଖାପାଟନମ୍‌, ୟୁନାଇଟେଡ୍ ଗଞ୍ଜାମ ବିଜୟୀ

ସର୍ବ ଭାରତୀୟ କିଶୋର ନାୟକ କ୍ରିକେଟ୍ , ଇଷ୍ଟକୋଷ୍ଟ ବିଶାଖାପାଟନମ୍‌, ୟୁନାଇଟେଡ୍ ଗଞ୍ଜାମ ବିଜୟୀ

12

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ନେତାଜୀ ମିନି ଷ୍ଟାଡିୟମ୍ ପୁରୁଷୋତ୍ତମପୁର ପଡିଆରେ ଚାଲିଥିବା ୨୨ତମ ସର୍ବ ଭାରତୀୟ କିଶୋର ନାୟକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୨ୟ ଦିନର ପ୍ରଥମ ମ୍ୟାଚ ଇଷ୍ଟକୋଷ୍ଟ ରେଳବାଇ ୱାଲଟିୟର, ଭିଶାଖାପାଟନମ୍ ବନାମ୍ ସି.ଟି.ସି ଜାମସେଦପୁର ଟାଟା ମଧ୍ୟରେ ହୋଇଥିଲା । ଟସ୍ ଜିଣି ଇଷ୍ଟକୋଷ୍ଟ ରେଳବାଇ ସି.ଟି.ସି କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ଉଇକେଟ୍ ହରାଇ ୧୨୩ ରନ୍ କରିଥିଲା । ସଚିନ୍ ଶଙ୍କର ୩୯ ବଲ୍ ରୁ ୩୯ ରନ୍ କରିଥିଲେ । ଜବାବ୍ ରେ ଇଷ୍ଟକୋଷ୍ଟ୧୨.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ୨ୟ ମ୍ୟାଚ୍ ୟୁନାଇଟେଡ୍ ଇଲେଭେନ୍ ଗଞ୍ଜାମ ବନାମ୍ ଏନ୍‌.ଏନ୍‌.ଏସ୍ କ୍ରିକେଟ୍ ଏକାଡେମୀ ଆଲ୍ଲାବାଦ୍ ମଧ୍ୟରେ ହୋଇଥିଲା । ୟୁନାଇଟେଡ୍ ଇଲେଭେନ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଉଇକେଟ୍ ହରାଇ ୧୩୮ ରନ୍ କରିଥିଲା ।

ଦଳର ତାପସ ରାଉତ ସର୍ବାଧିକ ୨୭ ରନ୍ କରିଥିଲା । ୧୩୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଖେଳୁଥିବା ଏନ୍‌.ଏନ୍‌.ଏସ୍ କ୍ରିକେଟ୍ ଏକାଡେମୀ ନିର୍ଦ୍ଧାରିତ ୧୭ ଓଭରରେ ସମସ୍ତ ଉଇକେଟ୍ ହରାଇ ୮୫ ରନ୍ କରି ପରାଜୟ ବରଣ କରିଥିଲା । ପ୍ରତି ପକ୍ଷର ବୋଲର ଆକ୍ରମ୍ ଖାନ୍ ୪ ଓଭରରେ ୧୦ ରନ୍ ଦେଇ ୩ଗୋଟି ଉଇକେଟ୍ ଅକ୍ତିଆର କରିଥିଲେ । ଆଜିର ମ୍ୟାଚ୍‌କୁ ସାର୍ଥକ ବିଶ୍ୱାଳ, ଲଲାଟ କେଶରୀ ନନ୍ଦ, ଅଶୋକ ଜେନା ଅମ୍ପାରିଂ କରିଥିବା ବେଳେ ସ୍କୋର୍‌ରେ ଜ୍ୟୋତିରଞ୍ଜନ ଜେନା ଦାୟିତ୍ୱ ତୁଲାଇ ଥିଲେ । ଭାଷ୍ୟକାର ଭାବେ ସଞ୍ଜୟ ମଜୁମଦାର, ସାଇ ପ୍ରସାଦ ସାହୁ, ଅପୂର୍ବ ଚଣ୍ଡ ଥିଲେ । ଉଭୟ ଦଳର ଏସ୍ ଆପ୍ପା ରାଓ ଏବଂ ଆକ୍ରମ୍ ଖାନ୍‌ଙ୍କୁ ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ, ନିଳୋକ ସେବା ସମବାୟ ସମିତି ସଭାପତି ଏସ୍‌କେ କଦମ୍‌, ବନ୍ତ ସେବା ସମବାୟ ସମିତି ସଭାପତି ଅଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ପୁରସ୍କୃତ କରିଥିଲେ । ଆସନ୍ତା କାଲି ପ୍ରଥମ ସେମିଫାଇନାଲ୍ ଇଷ୍ଟକୋଷ୍ଟ ରେଳବାଇ ଭଦ୍ରକ ବନାମ୍ ଇଷ୍ଟକୋଷ୍ଟ ରେଳବାଇ ବିଶାଖାପାଟନମ୍ ଏବଂ ଦ୍ୱିତୀୟ ମ୍ୟାଚ୍ ବାପୁଜୀ କ୍ଲବ ଭୁବନେଶ୍ୱର ବନାମ୍ ୟୁନାଇଟେଡ୍ ଇଲେଭେନ ଗଞ୍ଜାମ ମଧ୍ୟରେ ହେବ ବୋଲି ବରିଷ୍ଠ ଉପଦେଷ୍ଟା ଉମାକାନ୍ତ ନାୟକ ଓ ମୁକ୍ତିକାନ୍ତ ସାହୁ ଜଣାଇଛନ୍ତି । କାହ୍ନା ନାୟକ, ଇଂ ସୁଧାଂଶୁ ନାୟକ, ସଞ୍ଜିବ ବେହେରା, ଜ୍ୟୋତିରଞ୍ଜନ ନାୟକ, ପ୍ରଶାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.