Home ଜିଲ୍ଲା ପରିକ୍ରମା ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ କାର୍ଯ୍ୟାବଳୀ ସମ୍ବନ୍ଧୀୟ ଏକଦିବସୀୟ ରିଫ୍ରେସର କର୍ମଶାଳା

ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ କାର୍ଯ୍ୟାବଳୀ ସମ୍ବନ୍ଧୀୟ ଏକଦିବସୀୟ ରିଫ୍ରେସର କର୍ମଶାଳା

3

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଭଦ୍ରକ ଆନୁକୁଲ୍ୟରେ ମହାପୁରୁଷ ଆଶ୍ରମ ଶିଶୁ ଯତ୍ନ ଅନୁଷ୍ଠାନ, କାଂଜିଆପାଳ ଠାରେ ଜିଲ୍ଲାରେ ଥିବ ୯ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଗାନ୍ଧୀ ଓଡ଼ିଶା ବାଳାଶ୍ରମ, ଉତ୍କଳମଣି ଦରିଦ୍ର ନାରାୟଣ ସେବା ମନ୍ଦିର । ଯୋଗୀଋଷି ଲଚ୍ଛମନ ଦାସ ଶିଶୁ ଆଶ୍ରମ, ଶାନ୍ତି ଆଶ୍ରମ, ମହାପୁରୁଷ ଆଶ୍ରମ, ମାନବ ସେବା କନ୍ୟାଶ୍ରମ ଫେଲୋସିପ୍ ଓ ବାତ୍ସଲ୍ୟ, ଆସିଆନ ଓପନ୍ ସେଲଟର ହୋମ୍‌ରର କର୍ମକର୍ତ୍ତା ଯଥା ଅଧିକ୍ଷକ, ପ୍ରେବେସନ୍ ଅଧିକାରୀ କାଉନ୍‌ସିଲର, ଗୃହମାତା, ହିସାବ ରକ୍ଷକ ଇତ୍ୟାଦି ଯୋଗଦାନ କରିଥିଲେ । ଉକ୍ତ କର୍ମଶାଳାରେ ବିଷୟ ବିଶାରଦ ଭାବେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପୂର୍ବତନ ସଦସ୍ୟ ସତ୍ୟସୁନ୍ଦର ପୁହାଣ ଯୋଗଦାନ କରି ଶିଶୁ କିଶୋର ନ୍ୟାୟ ନିୟମାନୁଯାୟୀ ପ୍ରତ୍ୟେକ କର୍ମକର୍ତ୍ତା ମାନଙ୍କର ଦାୟିତ୍ୱ ଉପରେ ପୁଙ୍ଖନାପୁଙ୍ଖ ଆଲୋଚନା କରିଥିଲେ ଓ କର୍ମକର୍ତ୍ତା ମାନଙ୍କର ପ୍ରଶ୍ନର ଉତ୍ତର ଦେଇଥିଲେ । ତତ୍ ସହିତ ଶିଶୁ ମାନଙ୍କର ସୁରକ୍ଷା ଦିଗରେ ଅଧିକ ଯତ୍ନବାନ ହେବା ପାଇଁ ନିଜ ଦାୟିତ୍ୱର ବ୍ୟାପକତା ଉପରେ ଗୁରୁତ୍ୱ ଦେଇଥିଲେ । କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ସମ୍ମାନୀୟ ଅତିଥି ଭାବେ ଅନୁଷ୍ଠାନର ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା ଓ ସଭାପତି ନକୁଳ ଚରଣ ପାତ୍ର ଯୋଗଦାନ କରି କର୍ମକର୍ତ୍ତା ମାନଙ୍କର କର୍ତ୍ତବ୍ୟ ବୋଧ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ମହାପୁରୁଷ ଆଶ୍ରମର ଆକାଶ ଚନ୍ଦ୍ର ପୃଷ୍ଟି, ଦେବସ୍ମିତା ମହାନ୍ତି, ସତ୍ୟଦେବ ପାତ୍ର ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଦମୟନ୍ତୀ ଦାଶ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି କାର୍ଯ୍ୟକ୍ରମ ସମ୍ପାଦନ ନିମିତ୍ତ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲେ । ଶେଷରେ ଅନୁଷ୍ଠାନର ସଭାପତି ନକୁଳ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.