Home ଜିଲ୍ଲା ପରିକ୍ରମା ସର୍ପାଘାତରେ ସଂପର୍କୀୟ ୨ ଶିଶୁ ମୃତ

ସର୍ପାଘାତରେ ସଂପର୍କୀୟ ୨ ଶିଶୁ ମୃତ

185

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଷାକ୍ତ ସାପ କାମୁଡାରେ ୨ ଜଣ ସଂପର୍କୀୟ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗ୍ରାମାଞ୍ଚଳ ଥାନା ଅଧୀନ ଗୋରାମାଟି ପଂଚାୟତ ଚକପୁର ଗ୍ରାମରେ। ସୂଚନା ଅନୁସାରେ ଗତକାଲି ରାତିରେ ଘରେ ଉଭୟ ଶିଶୁ ଶୋଇଥିବାବେଳେ ଏକ ବିଷଧର ସାପ କାମୁଡି ଦେଇଥିଲା। ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ସେଠାରେ ୨ ଜଣ ପିଲାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ବାଟରେ ନେବାବେଳେ ୨ ଜଣଙ୍କ ମୃତ୍ୟୁ ହେବାରୁ ପୁନର୍ବାର ଭଦ୍ରକ ଡାକ୍ତରଖାନାକୁ ନେଇ ଆସିଥିଲେ ପରିବାର ଲୋକ। ମୃତକ ୨ ଜଣ ହେଲେ ଚକପୁର ଗ୍ରାମର ହାବୁଲା ବେହେରାଙ୍କ ୧୨ ବର୍ଷର ପୁଅ ତାପସ ବେହେରା ଓ ତାଙ୍କ ବଡ ପୁଅର ଶାଳୀ ୮ ବର୍ଷୀୟ ସୁନି ନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.