Home ଓଡ଼ିଶା ଜିଲ୍ଳାରୁ ବାହାରିଲେ ୧୦ ନୂତନ କରୋନା ପଜିଟିଭ୍ : ୫ କ୍ୱାରେଣ୍ଟାଇନ କେନ୍ଦ୍ରରୁ, ୫ ଲୋକାଲ

ଜିଲ୍ଳାରୁ ବାହାରିଲେ ୧୦ ନୂତନ କରୋନା ପଜିଟିଭ୍ : ୫ କ୍ୱାରେଣ୍ଟାଇନ କେନ୍ଦ୍ରରୁ, ୫ ଲୋକାଲ

252

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଜିଲ୍ଳାରେ ମୋଟ ୧୦ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୧୫ରେ ପହଞ୍ଚିଛି। ଗତକାଲି ୪ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ଫଳରେ ଏବେ ଆକ୍ଟିଭ କେଶ୍ ୨୬ରେ ରହିଥିବା ବେଳେ ମୋଟ ୨୮୮ଜଣ ସୁସ୍ଥ ହୋଇ ସାରିଛନ୍ତି। ମୋଟ ନମୁନା ପରୀକ୍ଷା କରାଯାଇଛି ୧୩ହଜାର ୧୮୩ଜଣଙ୍କର। ନୂତନ ଚିହ୍ନଟଙ୍କ ମଧ୍ୟରେ ଜଣେ ବନ୍ତ ବ୍ଲକ ଷେଣ୍ଢତୀରା ସ୍ଥିତ ଟିମଏମ୍‌ସିର ହୋଇଥିବା ବେଳେ ଆଉ ଜଣେ ଗଣିଜାଙ୍ଗ ଟିଏମ୍‌ସିର। ସେହିପରି ୩ଜଣ ଆକ୍ରାନ୍ତ ତିହିଡି ବ୍ଳକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କ୍ୱାରେଣ୍ଟାଇନ କେନ୍ଦ୍ରର। ଲୋକାଲ କଣ୍ଟାକ୍ଟ ଭାବେ ଚିହ୍ନଟ ୫ଜଣଙ୍କ ମଧ୍ୟରୁ ୨ଜଣ ଭଦ୍ରକ ପୌରପାଳିକାର ୨୬ ନଂ ୱାର୍ଡର, ଜଣେ ଚରମ୍ପା ହନୁମାନ ହାଟ ଶୁକ୍ଳସାହିର, ଜଣେ ତିହିଡି ବ୍ଲକ ସୟା ତଳବନ୍ଧ ଗ୍ରାମର, ଜଣେ ଧାମନଗର ବ୍ଲକ ପାଳସାହି ପଞ୍ଚାୟତର ଗାନ୍ଧିଘାଟ ଶାସନ ଅଞ୍ଚଳର ବୋଲି ଜଣା ପଡିଛି। ଆଜି ଜିଲ୍ଳାପାଳ ଡ- ଜ୍ଞାନ ଦାସ ଭଦ୍ରକ ପୌରପାଳିକାର ଚରମ୍ପା ପଞ୍ଚାୟତକୁ ବଫରଜୋନ ଓ ଝାଟିଆ, ଜାନୁଗଞ୍ଜସାହି ଓ ଚରମ୍ପା ଗ୍ରାମକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିଛନ୍ତି। ସେହିଭଳି ଭାବେ ପୌରପାଳିକାର ୨୬ ନଂ ୱାର୍ଡକୁ କଣ୍ଟେନମେଣ୍ଟ ଓ ୨୩ ନଂ ୱାର୍ଡକୁ ବଫରଜୋନ ଭାବେ ଘୋଷଣା କରଯାଇଛି। ଧାମନଗର ବ୍ଲକର ପାଳସାହି ପଞ୍ଚାୟତ ବଫରଜୋନ ହୋଇଥିବା ବେଳେ ସାଆଁଳପୁର ଗ୍ରାମର ଗାନ୍ଧିଘାଟ ଶାସନକୁ କଣ୍ଟେନମେଣ୍ଟଜୋନ ଘୋଷଣା କରାଯାଇଛି। ଅନୂରୂପ ଭାବେ ତିହିଡି ବ୍ଲକର ସୟା ପଞ୍ଚାୟତକୁ ବଫରଜୋନ ଓ ତଳବନ୍ଧ ଟିଏମ୍‌ସିକୁ କଣ୍ଟେନମେଣ୍ଟଜୋନ ଏବଂ ବନ୍ତ ବ୍ଲକର ହାକିମପୁର ଗ୍ରାମର ନେହେରୁ ନୋଡାଲ ହାଇସ୍କୁଲକୁ କଣ୍ଟେନମେଣ୍ଟଜୋନ ଓ ଗଣିଜାଙ୍ଗ ପଞ୍ଚାୟତକୁ ବଫରଜୋନ ଭାବେ ଘୋଷଣା କରାଯାଇଛି। ପୂର୍ବରୁ କଣ୍ଟେନମେଣ୍ଟଜୋନ ଥିବା ତିହିଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଭାଟପଡା ପଞ୍ଚାୟତର ବଫରଜୋନ କଟକଣାର ସମୟସୀମା ଆଉ ୧୪ ଦିନ ବୃଦ୍ଧି କରାଯାଇଥିବା ବେଳେ ବନ୍ତ ବ୍ଲକର ପୂର୍ବରୁ କଟକଣା ପରିସରରେ ଥିବା ଷେଣ୍ଢତୀରା ଟିଏମ୍‌ସିର ସମୟସୀମାରେ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ବାସୁଦେବପୁର ପୌରପାଳିକାର ୧୪ ନଂ ୱାର୍ଡ ଶୁକଦେବପୁରକୁ କଟକଣା ମୁକ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.