Home ଓଡ଼ିଶା ସର୍ପକାମୁଡା ବ୍ୟକ୍ତି ବିଷଧର ସର୍ପକୁ ଧରି ଡାକ୍ତରଖାନାରେ ହାଜର

ସର୍ପକାମୁଡା ବ୍ୟକ୍ତି ବିଷଧର ସର୍ପକୁ ଧରି ଡାକ୍ତରଖାନାରେ ହାଜର

354

ନୟାଗଡ/୦୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ତହସିଲ ବଳଭଦ୍ରପୁର ଗ୍ରାମପଂଚାୟତ ଆରଡା ଗ୍ରାମରେ ଏକ ସାହସିକ ଘଟଣା ଦେଖିବାକୁ ମିଳିଛି।ଜଣେ ବ୍ୟକ୍ତି ସର୍ପ ଦଂଶନ ପରେ ସର୍ପକୁ ଧରି ଡାକ୍ତରଖାନାରେ ପହଁଚିଥିବା ଜଣା ପଡିଛି। ସେହି ବ୍ୟକ୍ତି ଜଣକ ହେଉଛନ୍ତି ଆରଡା ଗ୍ରାମର ବ୍ରଜବନ୍ଧୁ ସାହୁ। ନିଜ ଧାନ ଜମିକୁ ଧାନ କାଟି ଯାଉଥିବା ସମୟରେ ଏକ ସର୍ପ ଦଂଶନ କରିଥିଲା। ସଙ୍ଗେ ସଙ୍ଗେ ସର୍ପକୁ ଧରି ରଣପୁର ସରକାରୀ ଡାକ୍ତରଖାନାରେ ଆସି ପହଁଚିଥିଲେ। ବାମପଟ ଗୋଡ ବଳାଗଣ୍ଠିକୁ ସର୍ପ କାମୁଡିବା ପରେ ବ୍ରଜ ସାହୁ ଜାଣିପାରିଥିଲେ। ସଙ୍ଗେ ସଙ୍ଗେ କାମୁଡିଥିବା ସର୍ପକୁ ସାହାସର ସହିତ ଧରି ପକାଇଥିଲେ। ସେହି ବିଷଧର ସର୍ପକୁ ଧରି ରଣପୁର ସରକାରୀ ଡାକ୍ତରଖାନାରେ ପହଁଚିଥିଲେ। ତେଣୁ ଡାକ୍ତର ସର୍ପକୁ ଦେଖି ସର୍ପର ବିଷ ଅନୁସାରେ ପ୍ରାଥମିକ ଚିକିତ୍ସା କରି ନୟାଗଡ ସରକାରୀ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ପଠାଇଥିବା ଜଣା ପଡିଛି। ତା ପରେ ସ୍ନେକ୍ ହେଲପ୍ ଲାଇନ୍ ର ଏଜେଣ୍ଟ ନନ୍ଦପୁର ଗ୍ରାମର ଅଜୟ ଦାସଙ୍କୁ ଡାକି ସର୍ପଟିକୁ ହସ୍ତାନ୍ତର କରିଥିବା ଜଣା ପଡିଛି। ଅଜୟ ଦାସ ସର୍ପଟିକୁ ନେଇ ମଣିନାଗ ପାହାଡ ପଛପଟ ଆଖୁ ପଦର ଜଙ୍ଗଲରେ ଛାଡିଥିବା ଜଣା ପଡିଛି। ଏ ସମ୍ପର୍କେ ଅଜୟ ଦାସଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଏହି ସର୍ପଟିର ନାମ ହେଉଛି ଓଡିଆ ଭାଷାରେ ଲାଉଡଙ୍କିଆ ସର୍ପ। ଏହି ସର୍ପଟି ବୟସ୍କ ବ୍ୟକ୍ତିଙ୍କୁ ଦଂଶନ କଲେ ବିଶେଷ କିଛି କ୍ଷତି ହୁଏ ନାହିଁ କିଛି ଦିନ ଦଂଶନ ଯାଗା ଫୁଲିଥାଏ ତା ପରେ ଆପେ ଆପେ ଭଲ ହୋଇଯାଇଥାଏ। ରଣପୁର ଅଂଚଳରେ ସଚେତନତା ସୃଷ୍ଟି ହୋଇଛି ଦଂଶନ କରିଥିବା ସର୍ପକୁ ଜୀବନରେ ନ ମାରି ସଠିକ୍ ଚିହ୍ନଟ କଲେ ଦଂଶନରେ ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସା ଦ୍ୱାରା ଭଲ ହୋଇ ପାରିଥାଏ। ବିଶେଷତଃ ବ୍ରଜବନ୍ଧୁ ସାହୁଙ୍କ ସାହସିକତାକୁ ରଣପୁର ଅଂଚଳର ଲୋକ ପ୍ରଶଂସା କରୁଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.