Home ଜିଲ୍ଲା ପରିକ୍ରମା ସରସଦା ସମିତି ତାଲା ପକାଇଲେ ସଭାପତି, ସମ୍ପାଦକଙ୍କ ନାମରେ ଜାଲିୟାତି ଅଭିଯୋଗ

ସରସଦା ସମିତି ତାଲା ପକାଇଲେ ସଭାପତି, ସମ୍ପାଦକଙ୍କ ନାମରେ ଜାଲିୟାତି ଅଭିଯୋଗ

10

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ପ୍ରାଥମିକ କୃଷି ସମବାୟ ସମିତିରେ ସଭାପତି ଅବିନାଶ ରାଉତ ବୁଧବାର ତାଲାପକାଇ ଦେଇଥିବା ଜଣାଯାଇଛି । ସମିତିର ସମ୍ପାଦକ ଅଜୟ କୁମାର ବେହେରା ସଭାପତିଙ୍କ ନାମ ଆର୍ଥୀକ କାରବାରରୁ ବେଆଇନ ଭାବେ ବାଦ ଦେଇ ଅନ୍ୟ ଜଣେ ପରିଚାଳନା ନିର୍ଦ୍ଦେଶକଙ୍କ ନାମରେ ଚଳାଇଥିବା ଅଭିଯୋଗ କରି ସଭାପତି ଶ୍ରୀ ରାଉତ ତାଲା ପକାଇ ଦେଇଛନ୍ତି । ପୂର୍ବରୁ ବ୍ୟାପକ ଆର୍ଥୀକ ହେରଫେର ଅଭିଯୋଗ ସମ୍ପାଦକ ଶ୍ରୀ ବେହେରାଙ୍କ ନାମରେ ଥିଲା । ତଦନ୍ତରେ ସେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମାତ୍ର ପୂର୍ବତନ ପ୍ରଶାସକ ତଥା ଏ.ଆର.ସି.ଏସ. କାର୍ଯ୍ୟାଳୟ କର୍ମଚାରୀ ସତ୍ୟପ୍ରକାଶ ସେଠୀ ସମ୍ପାଦକଙ୍କ ବିରୋଧରେ ମିଳିଥିବା ତଦନ୍ତ ରିପୋର୍ଟକୁ ଚପାଇ ଦେଇ ଏଠାରେ ଥଇଥାନ କରିବା ଦ୍ୱାରା ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସଭାପତି ଅଭିଯୋଗ କରିଛନ୍ତି । ରାତ୍ର ୧୨ ଟା ବେଳେ ସମିତି କାର୍ଯ୍ୟାଳୟ ଖୋଲି ନଥିପତ୍ର ଘରକୁ ନେଇଯିବା କାର୍ଯ୍ୟ କରୁଥିବାରୁ ସମିତିରେ ତାଲା ପକାଇବାକୁ ବାଧ୍ୟ ହୋଇଛନ୍ତି ବୋଲି ସଭାପତି ରାଉତ ପ୍ରକାଶ କରିଛନ୍ତି । ଏ ସମ୍ପର୍କୀୟ ବିସ୍ତୃତ ଅଭିଯୋଗ ଜିଲ୍ଲାପାଳ, ଜିଲ୍ଲା ସମବାୟ ଉପନିବନ୍ଧକ, ସମବାୟ ସଚିବଙ୍କୁୁ ପ୍ରଦାନ କରାଯାଇଛି ବୋଲି ଶ୍ରୀ ରାଉତ ସୂଚନା ଦେଇଛନ୍ତି । ଏପରିକି ସେ ଥାନାରେ ମଧ୍ୟ ଏତାଲା ଦେଇଥିବା କଥା ପ୍ରକାଶ କରିଛନ୍ତି । ମାତ୍ର ସମ୍ପାଦକ ଶ୍ରୀ ବେହେରା ଏଭଳି ଅଭିଯୋଗ ଅମୂଳକ ବୋଲି ମତ ରଖିବା ସହ ପରିଚାଳନା ପରିଷଦ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଛନ୍ତି ବୋଲି ସଫେଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.