Home Coronavirus Outbreak ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା କାମ ଦେଲାନି, ଜିଲ୍ଲା ବାହାରୁ ଆସି ବେଫିକର ଭାବେ ଗାଁ ରେ...

ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା କାମ ଦେଲାନି, ଜିଲ୍ଲା ବାହାରୁ ଆସି ବେଫିକର ଭାବେ ଗାଁ ରେ ପଶୁଛନ୍ତି ଲୋକେ

293

କୋଦଳା ୨୫ ଏପ୍ରିଲ ୨୦୨୦ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶକୁ ୩ ମଇ ପର୍ଯ୍ୟନ୍ତ ଲକ୍ ଡାଉନ୍ କରାଯାଇଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ବାହାର ରାଜ୍ୟ ଓ ଜିଲ୍ଲା ମାନଙ୍କରୁ ଆସୁଥିବା ବ୍ୟକ୍ତି ମାନଙ୍କୁ କ୍ୱାରାନଟାଇନରେ ରଖିବାକୁ ବାଧ୍ଯ କରିଥିବା ବେଳେ ନିକଟରେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସରପଞ୍ଚ ମାନଙ୍କୁ ନେଇ ଭିଡିଓ କନଫରେନ୍ସ ମାଧ୍ୟମରେ ଶପଥ ପାଠ କରାଇଥିଲେ। ତଥାପି ଉଦେଶ୍ୟ ସଫଳତା ହେଲାନି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖୋଲା ଖୋଲି ଧଜିଆ ଉଡାଇ ଦେଉଛନ୍ତି ସରପଞ୍ଚ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଖଣ୍ଡିଆନଈ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଶୁକ୍ରବାର ଖଣ୍ଡିଆନଈ ପଞ୍ଚାୟତର ତିରିଡା ଗ୍ରାମକୁ ଜଣେ ସରକାରୀ କର୍ମଚାରୀ ଜିଲ୍ଲା ବାହାରୁ ଆସି ସିଧାସଳଖ ଘରେ ପ୍ରବେଶ କରି ଘର ଲୋକଙ୍କ ସହ ମିଳାମିଶା କରୁଥିବା ନେଇ ଜଣାପଡିବା ପରେ ଗାଁ ଲୋକେ ପ୍ରତିବାଦ କରିଥିଲେ। ଏହା ପରେ ପ୍ରଶାସନିକ ଅଧିକାରୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ତେବେ ବାହାରୁ ଆସିଥିବା ବ୍ୟକ୍ତି କିମ୍ବା ତାକଂ ପରିବାରକୁ କ୍ୱାରାନଟାଇନରେ ରଖା ଯାଇନଥିବା ନେଇ ଗାଁ ରେ ଅସନ୍ତୋଷ ପ୍ରକାଶ ପାଇଛି।କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବାହାରୁ ଆସୁଥିବା ବ୍ୟକ୍ତି ନିଜେ ସୁରକ୍ଷିତ ରହି ଅନ୍ୟ ମାନଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରାଯାଉଛି। ଏଥିପାଇଁ ସରପଞ୍ଚ ମାନଙ୍କୁ ସିଧାସଳଖ ଭାବରେ ଦାୟିତ୍ବ ଦିଆଯାଇଥିବା ବେଳେ ଏହି ନିୟମ ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି। ଖାଲି ଖଣ୍ଡିଆନଈ ପଞ୍ଚାୟତ ନୂହେଁ ବ୍ଲକର ଅନ୍ଯ ପଞ୍ଚାୟତରେ ମଧ୍ୟ ଏହି ନିୟମ କଡାକଡି ଲାଗୁ ହେଉନଥିବା କୁହାଯାଉଛି। ଏନେଇ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନଙ୍କୁ ପଚାରିବାରୁ ସଂପୃକ୍ତ ବ୍ୟକ୍ତି ନନ୍ ଆଫେକ୍ଟେଡ୍ ଅଞ୍ଚଳରୁ ଆସିଛନ୍ତି ଏବଂ ତାଙ୍କୁ ଘରୋଇ କ୍ୱାରାନଟାଇନରେ ଅର୍ଥାତ୍ ନିଜ ଘରେ ହିଁ ରଖାଯିବ ବୋଲି କହିଛନ୍ତି। ତେବେ ସେ ପ୍ରକୃତରେ କେଉଁ ଅଞ୍ଚଳରୁ ଆସିଛନ୍ତି ଏବଂ ଟ୍ରାଭେଲ୍ ହିଷ୍ଟ୍ରି ସହ ଉପଯୁକ୍ତ ନିରିକ୍ଷଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଖଣ୍ଡିଆନଈ ପଞ୍ଚାୟତର ଦେଉଳିଆପଡା ଗ୍ରାମକୁ ମଧ୍ୟ ୩ ଜଣ ବ୍ୟକ୍ତି ବାହାରୁ ଆସି ଘରେ ଥିବା ବେଳେ ଗାଁ ରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଗଣ୍ଡଗୋଳରେ ଜଣେ ଆହତ ମଧ୍ୟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.