Home ଓଡ଼ିଶା ସରକାରୀ ଯୋଜନା ଅପହଂଚ…                   ମୋ ଗାାଁ ପୋଖରୀ ପୁର୍ନଉର୍ଦ୍ଧାର ଦାୟିତ୍ୱ ନେଲେ ଗ୍ରାମ ଯୁବ ଗୋଷ୍ଠୀ

ସରକାରୀ ଯୋଜନା ଅପହଂଚ…                   ମୋ ଗାାଁ ପୋଖରୀ ପୁର୍ନଉର୍ଦ୍ଧାର ଦାୟିତ୍ୱ ନେଲେ ଗ୍ରାମ ଯୁବ ଗୋଷ୍ଠୀ

70

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ) ସରକାର ମନରେଗା ଭଳି ଉନ୍ନତ ଚିନ୍ତାଧାରା ର ଯୋଜନା କରିଛନ୍ତି । ଏହି ଯୋଜନାରେ ରାଜାରାଜୁଡା ଅମଳର ପରିତ୍ୟକ୍ତ ପୁଷ୍କରଣୀ ଗୁଡିକୁ ପୁର୍ନଉର୍ଦ୍ଧାର କରି ଆଦର୍ଶ ପୁଷ୍କରଣୀ  ଭାବରେ ଗଢି ତୋଳିବା ଲକ୍ଷ୍ୟ ରହିଥିଲା । କିନ୍ତୁ ସରକାରଙ୍କ ଯୋଜନାରେ କେଉଁଠି ଗଳା ବାଟ ରହୁଛି କେଜାଣି ଗ୍ରାମବାସୀ ମାନଙ୍କ ପାଇଁ ଯୋଜନା ଯୋଜନ ଯୋଜନ ଦୂରରେ ରହୁଅଛି । ଯାହାଫଳରେ ରାଜାରାଜୁଡା ଅମଳର ଅନେକ ପରିତ୍ୟକ୍ତ ପୁଷ୍କରଣୀ ଏବେ ବି ଅବହେଳିତ ହୋଇ ପଡିରହିଛି । ସେହିଭଳି ଏକ ଅବହେଳିତ ପୁଷ୍କରଣୀ ଦେଖିବାକୁ ମିଳିଥିଲା ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଚମ୍ପାଗଡ ଗ୍ରାମପଂଚାୟତ ବେଣ୍ଟ ଗ୍ରାମରେ । ରାଜାଙ୍କ ନିର୍ମିତ ପୋଡା ବଧି ପୋଖରୀ  ବେଣ୍ଟ ଗ୍ରାମରୁ ଉଦୁଗୁରୀ ଗ୍ରାମ ରାସ୍ତା କଡରେ  ରହିଅଛି । ଏହି ପୁଷ୍କରଣୀ ଏକ ଖେଳ ପଡିଆ ର ଭ୍ରମ ସୃଷ୍ଟି କରୁଥିଲା । ୨୦୧୬-୨୦୧୭ ମସିହାରେ ମନରେଗା ଯୋଜନାରେ ପଙ୍କ ଉଦ୍ଧାର କରିବା ପାଇଁ ପୁଷ୍କରଣୀ ହୁଡାରେ ଏକ ସୂଚନା ଫଳକ ନିର୍ମାଣ ହେଲା । କିନ୍ତୁ ଫଳକ ରେ ସୂଚନା ଲେଖାଯାଇ ପାରିଲା ନାହିଁ  କି ପଙ୍କ ଉଦ୍ଧାର ହୋଇପାରିଲା ନାହିଁ । ଯାହାଫଳରେ ଠାକୁର ଗାଧୋଉ ଥିବା ଏହି ପୋଖରୀରେ ଆଉ ଠାକୁର ଗାଧୋଇ ପାରିଲେ ନାହିଁ । ଏହାର ପ୍ରଭାବ ଗ୍ରାମ ଯୁବ ଗୋଷ୍ଠୀ ଉପରେ ପଡିଲା । ଯାହାଫଳରେ ଯୁବଗୋଷ୍ଠୀ ମୋ ଗାଁ ପୋଖରୀ ସରକାରଙ୍କ ବିନା ସହାୟତାରେ ପୁର୍ନଉର୍ଦ୍ଧାର ପାଇଁ ଉଦ୍ୟମ  ଆରମ୍ଭ କଲେ । ଏହାର ଦାୟିତ୍ୱ ନେଲେ ଗ୍ରାମ ସଭାପତି ଯୁବକ ଜୟକୃଷ୍ଣ ପରିଡା ଓ ମନୋଜ ବେହେରାଙ୍କ ଠାରୁ ଆରମ୍ଭ କରି ଅନେକ ଯୁବକ ମିଳିତ ଉଦ୍ୟମ ଆରମ୍ଭ କଲେ । ବେଣ୍ଟ ଗ୍ରାମର ସୁବାସ ଚନ୍ଦ୍ର ପରିଡା ଯେ କି ମୁମ୍ବାଇରେ କାର୍ଯ୍ୟ କରୁଛନ୍ତି ।

ସେ ଘରକୁ ଛୁଟିରେ ଆସିବା ସମୟରେ ଗ୍ରାମ ଯୁବକ ମାନେ ତାଙ୍କ ନିକଟରେ ପହଂଚି ମୋ ଗାଁ ପୋଖରୀ ପୁର୍ନଉର୍ଦ୍ଧାର ପାଇଁ ପ୍ରସ୍ତାବ ରଖିଲେ । ତେଣୁ ଯୁବକ ସୁବାସ ଚନ୍ଦ୍ର ପରିଡା ପୋଖରୀ ପୁର୍ନଉର୍ଦ୍ଧାର ପାଇଁ ଯେତେ ଟଙ୍କା ଲାଗିବ ମୁଁ ଦେବି ବୋଲି କହିଲେ । ତାଙ୍କର ବଡଭାଇ କୁଳମଣି ପରିଡା , ଗ୍ରାମ ସଭାପତି ଜୟକୃଷ୍ଣ ପରିଡା ଓ ଗ୍ରାମ ଯୁବ ଗୋଷ୍ଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗାଁ ପୁଷ୍କରଣୀ ପୁର୍ନଉର୍ଦ୍ଧାର ଚାଲିଛି । ଅଦ୍ୟାବଧି ୨୦ ଲକ୍ଷ ଟଙ୍କା ବ୍ୟୟ ହୋଇ ସାରିଲାଣି । ଆଗକୁ ଆଦର୍ଶ ପୁଷ୍କରଣୀ ପାଇଁ ଯାହା ଖର୍ଚ୍ଚ ଲାଗିବ ସୁବାସ ଚନ୍ଦ୍ର ପରିଡା ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଗ୍ରାମ ଯୁବ ଗୋଷ୍ଠୀ ସୁବାସ ଚନ୍ଦ୍ର ପରିଡାଙ୍କୁ ସାଧୁବାଦ ଦେଉଛନ୍ତି । ଗ୍ରାମ ଯୁବ ଗୋଷ୍ଠୀ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପଂଚାନନ ପଟ୍ଟାୟତ୍ ଓ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କୁ ଭେଟି ଏହି ମୋ ଗାଁ ପୋଖରୀ ପୁର୍ନଉର୍ଦ୍ଧାର ଉଦ୍ୟମ ସଂପର୍କେ ଜଣାଇଛନ୍ତି । ତେବେ ଦେଖିବାକୁ ବାକି ରହିଛି ଆଦର୍ଶ  ପୁଷ୍କରଣୀ ରେ ପରିଣତ କରିବା ପାଇଁ ସରକାର ଆଗକୁ କିଭଳି ସହାୟତା ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.