Home ଓଡ଼ିଶା ଦୁଇଟି ପଥର କଟା ମେସିନ୍ ଜବତ ଦୁଇ ଜଣ ଅଟକ

ଦୁଇଟି ପଥର କଟା ମେସିନ୍ ଜବତ ଦୁଇ ଜଣ ଅଟକ

61

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ) ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅଂଚଳରେ ଏବେ ବି ଚୋରା ମାଙ୍କଡା ପଥର ବେଆଇନ୍ ଭାବେ କଟା ଚାଲିଛି । ଯାହା ଫଳରେ ଚାନ୍ଦପୁର ଥାନା ଇନିସ୍ ପେକ୍ଟର୍ ରଶ୍ମି ରଂଜନ ଦାସ କନ୍ଧ ନୟାଗଡ ପେଟ୍ରୋଲ୍ ପମ୍ପ ପଛପଟେ ଚାଲିଥିବା ଚୋରା ମାଙ୍କଡା ବେଆଇନ୍ ପଥର ଖଣି ଉପରେ ଏପ୍ରିଲ୍ ୩୦ ତାରିଖ ସକାଳୁ ଚଢାଉ କରିଥିଲେ ।

ଚଢାଉ ସମୟରେ ଦୁଇ ଗୋଟି ପଥର କଟା ମେସିନ୍ ଜବତ କରିବା ସହ ଦୁଇ ଜଣଙ୍କୁ ପଥର କାଟିବା ଅଭିଯୋଗରେ ଚାନ୍ଦପୁର ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି । ଏ ସଂପର୍କେ  ଚାନ୍ଦପୁର ଥାନା ଇନିସ୍ ପେକ୍ଟର୍ ରଶ୍ମି ରଂଜନ ଦାସ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ଅଟକ ଦୁଇଜଣ ବ୍ୟକ୍ତି ଙ୍କ ନାମ ଗୋପନ ରଖାଯାଇଛି କାରଣ ସେମାନଙ୍କ ଠାରୁ ସୂଚନା ପାଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ନୟାଗଡ ଆରକ୍ଷୀ ଅଧିକ୍ଷକ ସିର୍ଦ୍ଧାଥ କଟାରିଆ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାନ୍ଦପୁର ଥାନା ଅଂଚଳରୁ ଚୋରା ପଥର କାରବାର କୁ ସଂପୂର୍ଣ୍ଣ ବନ୍ଦ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.