Home ଜିଲ୍ଲା ପରିକ୍ରମା ସରକାରୀ ମାପ ଓ ଓଜନ ବିଭାଗ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ

ସରକାରୀ ମାପ ଓ ଓଜନ ବିଭାଗ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ

100

ଟିଟିଲାଗଡ଼ ୧୪-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସ୍ଥାନୀୟ ଟିଟିଲାଗଡ଼ ଉପଖଣ୍ଡ ମାପ ଓ ଓଜନ ବିଭାଗ କାର୍ଯ୍ୟାଳୟ ର ତଳ ଭାଙ୍ଗି ଦୁର୍ବୃତ୍ତ ଚୋରି କରିନେଇ ଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ଗତ ଶନିବାର ଦିନ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଉକ୍ତ ମାପ ଓ ଓଜନ ବିଭାଗ କାର୍ଯ୍ୟାଳୟ ର ତାଲା ଭାଙ୍ଗି ସବୁ ଜିନିଷ ପତ୍ର ଚୋରି କରିନେଇଥିବା ଆଜି ବିଭାଗୀୟ ଅଧିକାରୀ ଜାଣିବାକୁ ପାଇଥିଲେ। ସେ ଏ ନେଇ ସ୍ଥାନୀୟ ଟିଟିଲାଗଡ଼ ଥାନା ରେ ଲିଖିତ ଏତେଲା ଦେଇଥିବା ବେଳେ କାର୍ଯ୍ୟାଳୟ ର ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ପତ୍ର ସହ ଅନେକ କାଗଜପତ୍ର ମଧ୍ୟ ଚୋରି ହୋଇଯାଇଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ କାର୍ଯ୍ୟାଳୟ ର କର୍ମଚାରୀ ଏହି କାର୍ଯ୍ୟାଳୟ କୁ ସଠିକ ଭାବେ ନ ଖୋଲିବା ସହ ନିୟମିତ ନ ଖୋଲି ମନଇଚ୍ଛା ୩ ଦିନ ୪ ଦିନ ଧରି ବନ୍ଦ ରହୁଛି। ଏ ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ତେବେ ଏ ଚୋରି ପଛରେ କିଏ ରହିଛି ସେ ନେଇ ପୋଲିସ ତଦନ୍ତ ଆରମ୍ଭ ହୋଇଛି ବୋଲି ପୋଲିସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.