Home ଓଡ଼ିଶା ସରକାରୀ ନିୟମକୁ ଉଲ୍ଲଘନ କରି ବେଧଡକ ଭାବେ ଚାଲିଛି ଜଳଖିଆ ଦୋକାନ

ସରକାରୀ ନିୟମକୁ ଉଲ୍ଲଘନ କରି ବେଧଡକ ଭାବେ ଚାଲିଛି ଜଳଖିଆ ଦୋକାନ

138

ପୁରୀ ୧୯-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହରର କେତେକ ମୁଖ୍ୟ ରାସ୍ତା ଗୁଡିକରେ ସରକାରୀ ନିୟମକୁ ଉଲଙ୍ଘନ କରି ନିର୍ଭୟରେ ଚାଲିଛି ଜଳଖିଆ ଦୋକାନ। ଜଳଖିଆ ଦୋକାନ ହେଉ କିମ୍ବା ଠେଲାଗାଡି ହେଉ ସେଗୁଡିକ ଦୋକାନ ସମ୍ମୁଖରେ ଲୋକମାନଙ୍କୁ ବସେଇ ଖାଦ୍ୟ ଦେବାପାଇଁ ବାରଣ ଥିବା ବେଳେ ବିଭିନ୍ନ ଠେଲାଗାହି ନିକଟରେ ସାମାଜିକ ଦୂରତା ନରଖିବା ସହ ମାସ୍କ୍ ନ ପିନ୍ଧି ଦୋକାନ ଗୁଡିକ ସମ୍ମୁଖରେ ଭିଡ ଜାଉଥିବା ଦେଖାଯାଏ। ବିଶେଷ କରି ଦୋଳମଣ୍ଡପ ସାହି, ମୋଚ୍ଚିସାହି ଟାଉନ୍ହଲ୍ ଛକ, ଭି-ଆଇ-ପି ରୋଡ୍, କଲେଜ୍ ଛକ, ମଧ୍ୟ ବଡଦାଣ୍ଡ ଭଳି ପ୍ରମୁଖ ସ୍ଥାନ ଗୁଡିକ ବ୍ରତୀତ ଅନ୍ୟାନ୍ୟ ସ୍ଥାନ ଗୁଡିକରେ ମଧ୍ୟ ଲୋକମାନଙ୍କୁ ଖାଦ୍ୟ ପଦାଥ ପାର୍ସଲ ନଦେଇ ଦୋକାନ ସମ୍ମୁଖ ରେ ଠିଆ କରି ଖାଇବା ପାଇଁ ଦେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରୁନଥିବା ସାଧାରଣରେ ଚର୍ଚ୍ଚା ର ବିଷୟ ହୋଇଛି। ବର୍ତମାନ ସହରର କେତେକ ସାହି ଅଚଂଳରୁ କୋରନା ପଜେଟିଭ୍ ଚିହ୍ନଟ ହୋଇଥିବା ଲୋକମାନଙ୍କ ପାଇଁ ଅଧିକ ଚିନ୍ତାର ବିଷୟ ପାଲଟିଛି। ଏପରିକି କେତେକ ଖାଦ୍ୟ ବ୍ୟବସାୟୀ ଜୋରୀମନା ଦେବାପରେ ମଧ୍ୟ ପୁନଃରାୟ ଏହିପରି ଦୋକାନ ଚଳାଉଥିବା ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.