Home ଜିଲ୍ଲା ପରିକ୍ରମା ସରକାରୀ ନିୟମକୁ ଉଲଂଘନ କରି ଗୋଟିଏ ସ୍ଥାନରେ କାର୍ଯ୍ୟକରୁଥିବା ଅଭିଯୋଗ

ସରକାରୀ ନିୟମକୁ ଉଲଂଘନ କରି ଗୋଟିଏ ସ୍ଥାନରେ କାର୍ଯ୍ୟକରୁଥିବା ଅଭିଯୋଗ

196

ପୁରୀ, ୨୩/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟରତ କର୍ମଚାରୀ ମାନେ ଦୀର୍ଘଦିନ ଧରି ଗୋଡିଏ ସ୍ଥାନରେ ରହି ଆସୁଥିଲେ ମଧ୍ୟ ସେମାନଙ୍କର ଅନ୍ୟତ୍ର ବଦଳି ହେଉନଥିବା ଦେଖାଯାଏ। ସରକାରୀ ଚାକିରିଆ ମାନେ ଗୋଡିଏ ସ୍ଥାନରେ ୩ବର୍ଷରୁ ଅଧିକ ସମୟ ରହିବା ନିୟମ ନଥିଲେ ସୁଧା ଉକ୍ତ ନିୟମକୁ ଉଲଂଘନ କରି ଜଣେ ଜଣେ କର୍ମଚାରୀ ୪ବର୍ଷରୁ ୬ବର୍ଷ ଓ ୭ବର୍ଷ ପର୍ଯ୍ୟନ୍ତ ଗୋଡିଏ ସ୍ଥାନରେ ରହିଆସୁଥିଲେ ମଧ୍ୟ ସେମାନଙ୍କର ବଦଳି ହେଉନଥିବା କୁହାଯାଏ।

କେତେକ କର୍ମଚାରୀ ରାଜନୌତୀକ ଚାପ ପକାଇ ଗୋଟିଏ ସ୍ଥାନରେ ଗୋଡିଏ ବିଭାଗରେ କାର୍ଯ୍ୟକରିଆସୁଛନ୍ତି। ବିଶେଷ କରି ପୃତ ବିଭାଗ, ଆରଡି, ଜଳସେଚନ, ଗ୍ରାମ୍ୟ ପରିମଳ, ଶିକ୍ଷାବିଭାଗ ଓ ଜିଲାପାଳଙ୍କ ର କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ ଦୀର୍ଘ ଦିନ ଧରି କାର୍ଯ୍ୟକରୁଥିଲେ ମଧ୍ୟ ସେମାନଙ୍କର ଅନ୍ୟତ୍ର ବଦଳି ହେଉନଥିବା ଏପରିକି କେତେକ କର୍ମଚାରୀ ଯେଉଁ ସ୍ଥାନରେ ଚାକିରରେ ଯୋଗ ଦେଇଥିଲେ ସେହି ସ୍ଥାନରେ ଅବସର ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ନଜିର ରହିଛି। ଜିଲାପାଳ ଓ ଅନ୍ୟାନ୍ୟ ବିଭାଗର ମୁଖ୍ୟ ମାନେ ଏଦିଗରେ ତଦନ୍ତ କରି ୩ବର୍ଷରୁ ଉର୍ଦ୍ଧ ରହିଥିବା କର୍ମଚାରୀ ମାନଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.