Home ଓଡ଼ିଶା ପୁରୀ ସହରରେ ଚାଲିଛି ବେଆଇନ ଛାତ୍ର ଓ ଛାତ୍ରୀ ନିବାସ

ପୁରୀ ସହରରେ ଚାଲିଛି ବେଆଇନ ଛାତ୍ର ଓ ଛାତ୍ରୀ ନିବାସ

124

ପୁରୀ, ୨୩/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସହରର ବିଭିନ୍ନ ମୁଖ୍ୟ ରାସ୍ତା ଓ ସାହି ବସ୍ଥି ଗୁଡିକରେ ଛତୁ ଫୁଟିଲା ଭଳି ଘରୋଇ କୋଚିଙ୍ଗ ସେଂଟର ଓ କମ୍ପୁଟର ସେଂଟର ମାଳମାଳ ଖୋଲିଥିବା ଦେଖାଯାଏ। ବିଶେଷ କରି ଦତତୋଟା କଲେଜ ଛକ ପୁଲିସ ଲାଇନ ଓ ଅନ୍ୟାନ୍ୟ ସ୍ଥାନରେ ଏହି କେନ୍ଦ୍ର ଗୁଡିକ ଚାଲୁଥିବା ଦେଖାଯାଏ। କେତେଲ କୋଚିଙ୍ଗ ସେଂଟର ଓ କମ୍ପୁଟର ସେଂଟର ପିଲା ମାନଙ୍କୁ ଆକର୍ଷିତ କରିବା ପାଇଁ ନିଜେ ନିଜେ ଛାତ୍ରୀ ନିବାସ ଓ ଛାତ୍ର ନିବାସ ଖୋଲି ପିଲା ମାନଙ୍କୁ ସେଠାରେ ରହିବାର ବ୍ୟବସ୍ଥା କରିଥିବା ଜଣାଯାଏ।

ଏହି ଛାତ୍ରୀ ନିବାସ ଓ ଛାତ୍ର ନିବାସରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥା କଡାକଡି ରହିନଥିବା ଯୋଗୁଁ ବିଭିନ୍ନ ସମୟରେ ଅସୁବିଧା ମାନ ଉପୁଜୁ ଥିବା ଅଭିଯୋଗ ହେଉଛି। ଏହି ଛାତ୍ରୀ ନିବାସ ଓ ଛାତ୍ରନିବାସ ଖୋଲିବା ନିମନ୍ତେ ଶିକ୍ଷା ବିଭାଗ ଜିଲା ପ୍ରଶାସନ, ପୁଲିସ ପ୍ରଶାସନ ପକ୍ଷରୁ କୌଣସି ଅନୁମତି ନଥାଇ ଏସବୁ ଖୋଲାଯାଇଥିବା ଅଭିଯୋଗ ହେଉଛି। ଏପରିକି କେତେକ ଘର ମାଲିକ ନିଜ ଘରେ କେବଳ ଗ୍ୟାଲ ସ୍ଟୁଡେଂଟ ଙ୍କୁ ଭଡା ଦବାପାଇଁ ଦୁଆର ସମ୍ମୁଖରେ ବୋର୍ଡ ଲଗାଇଥିବା ମଧ୍ୟ ଦେଖାଯାଏ। ଜିଲା ପ୍ରଶାସନ ଏଦିଗରେ ତଦନ୍ତ କରି ସଂପୃକ୍ତ କୋଚିଙ୍ଗ ସେଂଟର ର କର୍ମକର୍ତାମାନଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.