Home ଓଡ଼ିଶା ସରକାରୀ ନିର୍ଦ୍ଦେଶନାମାକୁ ଉଲ୍ଲଘନ

ସରକାରୀ ନିର୍ଦ୍ଦେଶନାମାକୁ ଉଲ୍ଲଘନ

93

ପୁରୀ ୧୦-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟ ସରକାର ଏକ ଗୁରୁତ୍ୱ ପୂର୍ଣ୍ଣ ବୌଠକରେ ପୂର୍ବରୁ ବିଦେଶୀ ମଦ ବିକ୍ରି ଉପରେ ୫୦% କୋଭିଡ୍ ଟ୍ୟାକ୍ସ୍ କୁ ହ୍ରାସ କରି ୧୫% କୋଭିଡ୍ ଟ୍ୟାକ୍ସ୍ ଲାଗୁ କରାଯିବ ବୋଲି ନିଷ୍ପତି ଗ୍ରହଣ କରିଥିଲେ। ଏବଂ ତାହା ଆଜିଠାରୁ କାର୍ଯ୍ୟକାରୀହେବ ବୋଲି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା କିନ୍ତୁ ଆଜି ସହରରେ ଥିବା ସମସ୍ତ ବିଦେଶୀ ଠିପି ବନ୍ଧ ଦୋକାନ ଗୁଡିକୁ ପୂର୍ବ ନିର୍ଦ୍ଧାରିତ ଦରରେ ମଦ ବିକ୍ରି କରାଯାଉଥିବାଅଭିଯୋଗ ହୋଇଛି। ଅପରପକ୍ଷରେ ଏ ସମ୍ପର୍କରେ ଜିଲ୍ଳା ଅବକାରୀ ଅଧ୍ୟକ୍ଷକଙ୍କ ଦୃଷ୍ଠି ଆର୍କଷଣ କରାଯାଇଥିଲେ ମଧ୍ୟ ସେ କୌଣସୀ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ରାଜ୍ୟ ଅବକାରୀ ବିଭାଗ ଅନୁସନ୍ଧାନ କରି କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲ ରୁ ଦାବି ହେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.