Home ଜିଲ୍ଲା ପରିକ୍ରମା କରୋନା ବାଣ୍ଟୁଛି ବାଲେଶ୍ୱର ସବ-ରେଜିଷ୍ଟ୍ରାର ଅଫିସ

କରୋନା ବାଣ୍ଟୁଛି ବାଲେଶ୍ୱର ସବ-ରେଜିଷ୍ଟ୍ରାର ଅଫିସ

108

ବାଲେଶ୍ୱର, ୧୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ହାତଧୁଆ ଏବଂ ପରିବେଶ ବିଶୋଧନ, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଉଥିଲେ ବି ବାଲେଶ୍ୱର ସବ୍‌-ରେଜିଷ୍ଟ୍ରାର(ଉପ-ନିବନ୍ଧକ)ଙ୍କ କାର୍ଯ୍ୟାଳୟରେ ଖୁଲମ ଖୋଲା କୋଭିଡ୍ ନିୟମ ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି। ବିଶେଷ କରି ଅପରାହ୍ନ ୧ଟା ଠାରୁ ଜମି ଦଲିଲ୍ ପଞ୍ଜୀକରଣ ପାଇଁ ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟରେ ଉଭୟ କ୍ରେତା-ବିକ୍ରେତା ଓ ସେମାନଙ୍କ ସମ୍ପର୍କୀୟଏବଂ ମହୋରିର ତଥା ଓକିଲଙ୍କର ଉପସ୍ଥିତି ଜନିତ ଭିଡ଼ ପରିବେଶକୁ ସମ୍ପୂର୍ଣ୍ଣ ଦୂଷିତ କରିଦେଉଛି। ସ୍ୱଳ୍ପ ସ୍ଥାନରେ ଅଧିକ ଲୋକଙ୍କ ସମାଗମ ଓ ବିନା ବିଶୋଧନରେ ବାଇଓମେଟ୍ରିକ୍ ଆଇଡିଣ୍ଟି ପାଇଁ ବ୍ୟବହୃତ ପଞ୍ଚିଂ ମେସିନ୍‌ରେ ଜଣେ ପରେ ଜଣେ ବୁଢ଼ାଙ୍ଗୁଳି ଟିପଚିହ୍ନ ଦେବା ଫଳରେ କରୋନା ଭୂତାଣୁ ସଂକ୍ରମଣ ପାଇଁ ପରିବେଶ ସୃଷ୍ଟି ହୋଇଛି। ସମସ୍ତେ ବ୍ୟସ୍ତ ରହୁଥିବା ବେଳେ କହିବାକୁ କେହି ନାହିଁ। ଯଦିଚଃ ଜଣେ କର୍ମଚାରୀ ପ୍ରବେଶ ଦ୍ୱାର ନିକଟରେ ସାନିଟାଇଜର ବୋତଲ ଧରି ବସିଛି, ମାତ୍ର ସମସ୍ତଙ୍କୁ ସାନିଟାଇଜିଂ ଦ୍ରବଣ ଦେଉଥିବା ଦେଖିବାକୁ ମିଳୁନି। ଦୈନିକ ୭୦ରୁ ଊର୍ଦ୍ଧ୍ୱ ଦଲିଲ ପଞ୍ଜୀକରଣ ଓ ଅନ୍ୟାନ୍ୟ କର୍ଯ୍ୟ ପାଇଁ ଶହଶହ ଲୋକେ ଏହି ଅଫିସକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଯେତେ ସତର୍କର୍ ରହିଲେ ବି ସାମାଜିକ ଦୂରତା ରକ୍ଷା କଷ୍ଟକର ବ୍ୟାପାର ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିୟମ କଡ଼ାକଡ଼ି ଲାଗୁ ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.