Home ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ଦାବିନେଇ ଜିଲ୍ଲାପାଳଙ୍କୁ ଭେଟିଲେ୧୮ଟି ମହିଳା ସ୍ୱୟଂସହାୟକ ଗୋଷ୍ଠି

ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ଦାବିନେଇ ଜିଲ୍ଲାପାଳଙ୍କୁ ଭେଟିଲେ୧୮ଟି ମହିଳା ସ୍ୱୟଂସହାୟକ ଗୋଷ୍ଠି

56

ମାଲକାନଗିରି,୫ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ସାତଟି ବ୍ଲକର ୧୮ଗୋଟି ମହିଳା ସ୍ୱୟଂସହାୟକ ଗୋଷ୍ଠି ର ମହିଳା ସଦସ୍ୟ ମାନେ ମାଲକାନଗିରି ଜିଲ୍ଲାପାଳ ବୀଶାଲ ସିଂ ଙ୍କୁ ଭେଟି ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ସହିତ ଅନ୍ୟାନ ଦାବିଗୁଡିକ ଉପସ୍ଥାପନ କରିଛନ୍ତି । ଏହି ମହିଳା ସ୍ୱୟଂସହାୟକ ଗୋଷ୍ଠି ମାନେ ନିଜେ ସ୍ୱାବଲମ୍ବି ହେବାସହିତ ଗ୍ରାମର ଅନ୍ୟ ମହିଳା ମାନଙ୍କୁ ରୋଜଗାର କ୍ଷମ କରିବାର ବାଟ ଦେଖାଇବେ,ମହିଳା ସ୍ୱୟଂସହାୟକ ଗୋଷ୍ଠି ଙ୍କୁ ଧାନ ମଣ୍ଡି ଦାଇତ୍ୱ ଦେବାସହିତ, ବିଦ୍ୟାଳୟ ଗୁଡିକରେ ସ୍କୁଲପୋଷାକ ବଟଂନ ସହ ସରକାରଙ୍କ ବିଭିନ୍ନ ଲୋକାଅଭିମୁଖି କାର୍ଯ୍ୟରେ ସାମିଲ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶ୍ରୀ ସିଂ ଏସଏଚଜି ମହିଳା ମାନଙ୍କୁ ସରକାରି ନିୟମ ଅନୁସାରେ କାର୍ଯ୍ୟ ଯୋଗାଇ ଦିଆ ଯିବ ବୋଲି ପ୍ରତିସୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.